30.1 C
Bhubaneswar
Sunday, May 5, 2024
Homeଓଡିଶାନିରବଚ୍ଛିନ୍ନ ଅକ୍ସିଜେନ୍ ଯୋଗାଣ ପାଇଁ ଚିଠି

ନିରବଚ୍ଛିନ୍ନ ଅକ୍ସିଜେନ୍ ଯୋଗାଣ ପାଇଁ ଚିଠି

 

ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କୋଭିଡ୍ ରୋଗୀଙ୍କ ଚିକିତ୍ସା ଲାଗି ଅକ୍ସିଜେନର ଆବଶ୍ୟକତା ଦୃଷ୍ଟିରୁ ଏହାର ନିରବଚ୍ଛିନ୍ନ ପରିବହନ ଲାଗି ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀମାନଙ୍କୁ ଚିଠି ଲେଖିଛନ୍ତିି।   ପ୍ରତି ଜିଲ୍ଲାରେ ଅକ୍ସିଜେନ୍ ସିଲିଣ୍ଡରର ବ୍ୟବସ୍ଥା ହୋଇଛି ଏବଂ ପ୍ରତି ଜିଲ୍ଲାର ଗୋଟିଏ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଟିଏ ଲେଖାଏଁ ଅଧିକ ରିଫିଲିଂ ସେଣ୍ଟର ଯୋଗାଇ ଦିଆଯାଇଛି । ତେଣୁ ନିରବଚ୍ଛିନ୍ନ ଅକ୍ସିଜେନ୍ ଯୋଗାଣ ଲାଗି ରିଫିଲିଂ ସେଣ୍ଟରକୁ ଗାଡ଼ି ସଂଖ୍ୟା ବଢାଇବାକୁ ଜିଲ୍ଲାପାଳମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି  ।

ରାସ୍ତାରେ କୌଣସି ପ୍ରକାର ଅସୁବିଧାକୁ ଏଡାଇବା ଲାଗି ଅତିକମ୍‌ରେ  ଗୋଟିଏ ଅତିରିକ୍ତ ଗାଡ଼ି ସଜାଗ ରଖିବାକୁ କୁହାଯାଇଛି । ସେହିଭଳି ଅକ୍ସିଜେନ୍ ପରିବହନ କରୁଥିବା ସମସ୍ତ ଗାଡ଼ିରେ ଜିପିଏସ୍ ବ୍ୟବସ୍ଥା କରିବାକୁ ମଧ୍ୟ ଇଲେକଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅଧିକାରୀଙ୍କୁ କୁହାଯାଇଛି ।ଖାଲି ସିଲିଣ୍ଡର ବୋହୁଥିବା ଗାଡ଼ିର ସଂଖ୍ୟା ବଢାଇବା ସହ ଏଭଳି ଗାଡ଼ି କେଉଁଠି ରାସ୍ତାରେ ଯେପରି ନ ଅଟକେ ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି । ଅକ୍ସିଜେନ୍ ରିଫିଲିଂ, ପରିବହନ ଆଦି କାର୍ଯ୍ୟର  ତଦାରଖ କରିବାକୁ ଜଣେ ଦାୟିତ୍ୱସମ୍ପନ୍ନ ଅଧିକାରୀ କାର୍ଯ୍ୟ  କରିବେ ବୋଲି ଏସିଏସ ନିର୍ଦ୍ଦେଶ ଦେଇଛନ୍ତି।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking