29.1 C
Bhubaneswar
Friday, April 26, 2024
Homeଓଡିଶାମେ' ୧୬ ଯାଏଁ କେରଳ ଲକ୍ ଡାଉନ୍

ମେ’ ୧୬ ଯାଏଁ କେରଳ ଲକ୍ ଡାଉନ୍

କେରଳ: ଆଜିଠୁ ମେ ୧୬ ତାରିଖ ପର୍ଯ୍ୟନ୍ତ କେରଳ ରେ ଲକ୍ ଡାଉନ୍ ଘୋଷଣା କରାଯାଇଛି । କେରଳରେ ବି ମହାମାରୀର ପ୍ରଭାବ ପଡିଛି ।  ଆଉ ଏଥିପାଇଁ ଏଥିରେ ବ୍ରେକ୍ ଲଗାଇବା ପାଇଁ ବିଜୟନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ଲହରରେ ମଧ୍ୟ କେରଳରେ ସ୍ଥିତି ବିଗିଡ଼ିଥିଲା । ବର୍ତ୍ତମାନ ମାରାତ୍ମକ କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ଆଜିଠୁ ଆସନ୍ତା ୧୬ ତାରିଖ ଯାଏ ରାଜ୍ୟରେ କଡ଼ାକଡି ଭାବେ ଲାଗୁ ହେବ ଲକଡାଉନ୍ କଟକଣା ।

ଲକଡାଉନ୍ ସମୟରେ ଯେମିତି ଅମାନିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ହୁଏ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥାର ତଦାରଖ ଲାଗି ରାଜ୍ୟରେ ୨୫ ହଜାର ପୋଲିସ କର୍ମୀ ମୁତୟନ ହୋଇଛନ୍ତି । କେବଳ ଏତିକି ନୁହେଁ ସରକାରୀ ଗାଇଡ ଲାଇନ୍ ଅନୁସାରେ ସୋସିଆଲ ମିଡିଆରେ କୋଭିଡକୁ ନେଇ ମିଛ ପ୍ରଚାର କଲେ କଠୋର ଦଣ୍ଡବ୍ୟବସ୍ଥା କରିଛନ୍ତି ସରକାର । ଲକଡାଉନ୍ ଘୋଷଣା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟ ସରକାର ମାଗଣା ରାସନ ଉପଲବ୍ଧ କରାଇବେ । ବାହାରୁ ଆସିଲେ ନିଜ ଖର୍ଚ୍ଚରେ କ୍ୱାରେଣ୍ଟିନରେ ରହିବେ ଲୋକେ । ତେବେ ଲକଡାଉନ୍ରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking