33.1 C
Bhubaneswar
Friday, April 26, 2024
Homeଓଡିଶାସରକାରୀ ଅଫିସ୍‌ରେ ମଦ୍ୟପାନ ସହ ନାଚଗୀତର ଆସର : ଆର୍‌ଆଇଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ସରକାରୀ ଅଫିସ୍‌ରେ ମଦ୍ୟପାନ ସହ ନାଚଗୀତର ଆସର : ଆର୍‌ଆଇଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲ୍ ଅନ୍ତର୍ଗତ କେନ୍ଦ୍ରାପାଟୀ ପଞ୍ଚାୟତରେ ଥିବା ରାଜସ୍ୱ ନିରୀକ୍ଷକ(ଆରଆଇ)ଙ୍କ କାର୍ଯ୍ୟାଳୟରେ ଗତକାଲି ବିଳମ୍ବିତ ରାତିରେ ମଦ୍ୟପାନ ସହିତ ନାଚ ଗୀତର ଆସର ଜମିଥିଲା । ଏହି ସମୟରେ କାର୍ଯ୍ୟାଳୟ ପରିସରରୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିବାବେଳେ ଉତ୍ତ୍ୟକ୍ତ ଗ୍ରାମବାସୀ ଆର୍‌ଆଇଙ୍କୁ ତାଲା ପକାଇ ରଖିଥିଲେ । ତେବେ ଆଜି ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଆରଆଇଙ୍କୁ ଉଦ୍ଧାର କରିଥିଲେ ।  ସୂଚନାମୁତାବକ କେନ୍ଦ୍ରାପାଟୀ ଆର୍‌ଆଇ ଦୀପ୍ତିରଞ୍ଜନ ମହାପାତ୍ର ତାଙ୍କ କାର୍ଯ୍ୟାଳୟରେ କାମ କରୁଥିବା ସହକର୍ମୀ ଏବଂ କିଛି ଅସାମାଜିକ ବ୍ୟକ୍ତିଙ୍କୁ ନେଇ ସରକାରୀ କାର୍ଯ୍ୟାଳୟ ଭିତରେ ମଦ୍ୟପାନ ସହ ନାଚ ଗୀତର ଆୟୋଜନ କରିଥିଲେ । ସେହି ସମୟରେ କେନ୍ଦ୍ରାପାଟୀ ଗ୍ରାମବାସୀ କାର୍ଯ୍ୟାଳୟ ଭିତରେ ପଶି ଆର୍‌ଆଇ ଶ୍ରୀ ମହାପାତ୍ରଙ୍କୁ ପଚାରିବାରୁ ସେ ନିଶାସକ୍ତ ଅବସ୍ଥାରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ।

ଫଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ପରେ ଗ୍ରାମବାସୀ କାର୍ଯ୍ୟାଳୟ ଭିତରେ ଥିବା ଆର୍‌ଆଇ ଶ୍ରୀ ମହାପାତ୍ରଙ୍କୁ ଆଜି ସକାଳ ପର୍ଯ୍ୟନ୍ତ ତାଲା ପକାଇ ରଖିଥିଲେ । ସକାଳେ ଖବର ପାଇ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ପରେ କାର୍ଯ୍ୟାଳୟ ଭିତରେ ମଦ ବୋତଲ ସହ ପୁଳା ପୁଳା ଆପତ୍ତିଜନକ ସାମଗ୍ରୀ ପଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ ରାଜସ୍ୱ ନିରୀକ୍ଷକ ଶ୍ରୀ ମହାପାତ୍ର ପ୍ରତିଦିନ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ କାର୍ଯ୍ୟାଳୟରେ ରହୁଥିବାବେଳେ ସାଧାରଣ ଲୋକମାନଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଳଜ ସହ ଧମକ ଦେଇ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିଆସୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ପୂର୍ବରୁ ମଧ୍ୟ ଶ୍ରୀ ମହାପାତ୍ର ଅସ୍ତରଙ୍ଗ ମୁଖ୍ୟାଳୟରେ ଆର୍‌ଆଇ ଭାବେ କାର୍ଯ୍ୟ କରୁଥିବାବେଳେ ୨୦୨୦ ମସିହାରେ ଲାଞ୍ଚ ନେଇ ଧରାପଡ଼ିବା ପରେ ତହସିଲଦାର ରାଜଲକ୍ଷ୍ମୀ ନାୟକ ସେହି ସମୟରେ ତାଙ୍କୁ କେନ୍ଦ୍ରାପାଟୀ ଗ୍ରାମପଞ୍ଚାୟତକୁ ବଦଳି କରିଥିଲେ । ଗତକାଲି ବିଳମ୍ବିତ ରାତିରେ ଆରଆଇଙ୍କ କାର୍ଯ୍ୟାଳୟକୁ ଆସିଥିବା ବାହାର ରାଜ୍ୟର ଏକ କାର୍ (ନଂ ଏମ୍‌.ଏଚ୍ ୧୨ ଏଲ୍‌. ଯେ ୬୪୫୭)କୁ ମଧ୍ୟ ଗ୍ରାମବାସୀ ଅଟକ ରଖିଥିଲେ । ଏନେଇ ଆଜି ଖବର ପାଇ ତହସିଲଦାର ରାଜଲକ୍ଷ୍ମୀ ନାୟକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଗ୍ରାମବାସୀମାନଙ୍କ ଦ୍ୱାରା ଜବତ୍ ହୋଇଥିବା ସମସ୍ତ ଜିନିଷଗୁଡ଼ିକୁ କାର୍ଯ୍ୟାଳୟ ମଧ୍ୟରେ ଦେଖିବାକୁ ପାଇଥିଲେ । ପରେ ଅଟକ ଥିବା ଆରଆଇ ଶ୍ରୀ ମହାପାତ୍ର ଏବଂ ତାଙ୍କ ସହକର୍ମୀଙ୍କୁ ଉଦ୍ଧାର କରି ନିଜ ହେପାଜତକୁ ନେଇଥିଲେ । ଏ ସମ୍ପର୍କରେ ପଚାରିବାରୁ ତହସିଲଦାର ଶ୍ରୀମତୀ ନାୟକ ଆସନ୍ତା ଦୁଇ ଦିନ ଭିତରେ ମିଳିଥିବା ସମସ୍ତ ତଥ୍ୟକୁ ପୁରୀ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking