29.1 C
Bhubaneswar
Saturday, April 27, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଭାରତୀୟ ଷ୍ଟୋର ରୁଷରେ ଖୋଲିବ:ପୁଟିନ

ଭାରତୀୟ ଷ୍ଟୋର ରୁଷରେ ଖୋଲିବ:ପୁଟିନ

ମସ୍କୋ: ଭାରତକୁ ରେକର୍ଡ ପରିମାଣର ତେଲ ରପ୍ତାନୀ ହୋଇଛି । ବର୍ତ୍ତମାନ ରୁଷରେ ଭାରତୀୟ ଚେନ୍ ଷ୍ଟୋର ଖୋଲିବାକୁ ଆମେ ଆଲୋଚନା କରୁଛୁ ବୋଲି ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ରୁଷର ବ୍ୟବସାୟ ସର୍କଲ ଏବଂ ବ୍ରିକ୍ସ ଦେଶର ବ୍ୟବସାୟ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇଛି । ବ୍ରିକ୍ସ ଦେଶଗୁଡ଼ିକ ସହିତ ରୁଷର ବାଣିଜ୍ୟ ଦ୍ରୁତ ଗତିରେ ବଢ଼ୁଛି ।
ପୁଟିନ କହିଛନ୍ତି ଯେ ସମସ୍ତ ସମସ୍ୟା ଏବଂ ଅସୁବିଧା ସତ୍ତ୍ୱେ ବ୍ୟବସାୟ, ବାଣିଜ୍ୟ, ଅର୍ଥ ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ବ୍ରିକ୍ସ ଦେଶ ସହ ପାରସ୍ପରିକ ସମ୍ପର୍କ କ୍ରମାଗତଭାବେ ବଢ଼ୁଛି । ଉଦାହରଣସ୍ୱରୂପ, ଚଳିତ ବର୍ଷର ପ୍ରଥମ ତିନି ମାସରେ ରୁଷିଆ ଫେଡେରେସନ୍ ଏବଂ ବ୍ରିକ୍ସ ଦେଶ ମଧ୍ୟରେ ବାଣିଜ୍ୟ ୩୮% ବୃଦ୍ଧି ପାଇଛି । ଉଭୟ ପକ୍ଷ ମଧ୍ୟରେ ବାଣିଜ୍ୟ ୪୫ ବିଲିୟନ ଡଲାରରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking