30.1 C
Bhubaneswar
Tuesday, March 18, 2025
Homeଓଡିଶାବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ :  ସହାୟତାର ହାତ ବଢ଼ାଇଲା ଓଡ଼ିଶା-ମୋ ପରିବାର

ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ :  ସହାୟତାର ହାତ ବଢ଼ାଇଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର:   ଓଡ଼ିଶା-ମୋ ପରିବାର ପୁଣି ଏକ ଭଲ କାମ କରି ଉଦାହରଣ ସୃଷ୍ଟି କରିଛି ଓ ବେଙ୍ଗାଲୁରୁରେ ଓଡ଼ିଆ ମୃତ ଯୁବକଙ୍କ ପାର୍ôଥବ ଶରୀରକୁ ଭୁବନେଶ୍ୱର ଫେରାଇ ଆଣିବା ସହ ସହାୟତାର  ହାତ ବଢ଼ାଇଛି ଓ ସୂଚନାନୁସାରେ ଭୁବନେଶ୍ୱର ୟୁନିଟ୍‌-୬ ଅଞ୍ଚଳର ତାରିଣୀ ବସ୍ତିର ୨୨ ବର୍ଷିୟ ଯୁବକ ସୁବିନ୍ଦର ଦଳାଇ ବେଙ୍ଗାଲୁରୁରେ ରହି ଏକ ଘରୋଇ କମ୍ପାନିରେ କାର୍ଯ୍ୟରତ ଥିଲେ । ଗତ ଜାନୁଆରୀ ୧୫ରେ ତାଙ୍କର ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଥିଲା । ଭୁବନେଶ୍ୱରରେ ଆର୍ôଥକ ସମସ୍ୟାରେ ଥିବା ପରିବାର ଲୋକେ ସୁବିନ୍ଦରଙ୍କ ପାର୍ôଥବ ଶରୀରକୁ ସୁଦୂର ବେଙ୍ଗାଲୁରୁରୁ ଭୁବନେଶ୍ୱର ଆଣିବା ପାଇଁ ଭୁବନେଶ୍ୱର ମଧ୍ୟ ବିଧାୟକ ତଥା ଓଡ଼ିଶା-ମୋ ପରିବାର ସଦସ୍ୟ ଅନନ୍ତ ନାରାୟଣ ଜେନାଙ୍କୁ ଅନୁରୋଧ କରିଥିଲେ । ଶ୍ରୀ ଜେନା ଏ ସମ୍ପର୍କରେ ଓଡ଼ିଶା-ମୋ ପରିବାର ଆବାହକଙ୍କୁ ସୂଚନାଦେବା ପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଏକ ଆମ୍ବୁଲାନସ୍ ବ୍ୟବସ୍ଥା କରାଯାଇ ପାର୍ôଥବ ଶରୀରକୁ ବେଙ୍ଗାଲୁରୁରୁ ଭୁବନେଶ୍ୱର ଫେରାଇ ଅଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking