29.1 C
Bhubaneswar
Saturday, July 27, 2024
Homeଓଡିଶାମହାପ୍ରଭୁଙ୍କ ରତ୍ନଭଣ୍ଡାର ତୁରନ୍ତ ଖୋଲିବାକୁ ଦାବି କଲେ ବିଶ୍ୱଭୂଷଣ

ମହାପ୍ରଭୁଙ୍କ ରତ୍ନଭଣ୍ଡାର ତୁରନ୍ତ ଖୋଲିବାକୁ ଦାବି କଲେ ବିଶ୍ୱଭୂଷଣ

ଭୁବନେଶ୍ୱର: ମହାପ୍ରଭୁଙ୍କ ରତ୍ନଭଣ୍ଡାର ତୁରନ୍ତ ଖୋଲିବାକୁ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଦାବି କରିଛନ୍ତି । ଗଣମାଧ୍ୟମର ପ୍ରତିନିଧିଙ୍କୁ ସେ କହିଛନ୍ତି ଯେ, ରତ୍ନଭଣ୍ଡାରରେ କ’ଣ ଅଛି, ତାକୁ ନେଇ କୋଟିକୋଟି ଜଗନ୍ନାଥପ୍ରେମୀ ଏବଂ ଓଡ଼ିଆଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି । ତେଣୁ ସନ୍ଦେହ ଦୂର କରିବା ପାଇଁ ତୁରନ୍ତ ରତ୍ନଭଣ୍ଡାର ଖୋଲାଯିବା ଦରକାର । ଏଥି ପାଇଁ ସରକାର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ଛତିଶଗଡ ରାଜ୍ୟପାଳଙ୍କ ଦାବି ପରେ ରାଜ୍ୟ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ରତ୍ନଭଣ୍ଡାର ସଂପର୍କିତ ମାମଲା ଏବେ ନ୍ୟାୟାଳୟରେ ବିଚାରଧୀନ ରହିଛି । ତେଣୁ ଏହି ପ୍ରସଙ୍ଗରେ ବିଚାରବିମର୍ଶ କରିବା ଠିକ ହେବ ନାହିଁ ।

ସୂଚନାଯୋଗ୍ୟ, ରତ୍ନଭଣ୍ଡାରକୁ ନେଇ କମିସନ ପରେ କମିସନ ବସିଛି । ରତ୍ନଭଣ୍ଡାର ଖୋଲିବା ପାଇଁ ବିରୋଧୀଙ୍କ ଅଭିଯୋଗ ଆସିଛି । ଜଗନ୍ନାଥପ୍ରେମୀଙ୍କ ଆନ୍ଦୋଳନ ସତ୍ତ୍ୱେ ରତ୍ନଭଣ୍ଡାରରେ କ’ଣ ଅଛି ତାହା ରହସ୍ୟ ହୋଇ ରହିଛି । ଆଉ ଏବେ ରଥଯାତ୍ରାକୁ ହାତ ଗଣତି ଦିନ ଥିବା ବେଳେ ଛତିଶଗଡ଼ ରାଜ୍ୟପାଳଙ୍କ ଦାବି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ପୁଣି ଚର୍ଚ୍ଚାକୁ ଆଣିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking