27.1 C
Bhubaneswar
Saturday, July 27, 2024
Homeଓଡିଶାମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଚାଲିଗଲା ଭାଉଜ-ନଣନ୍ଦଙ୍କ ଜୀବନ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଚାଲିଗଲା ଭାଉଜ-ନଣନ୍ଦଙ୍କ ଜୀବନ

କୋରାପୁଟ: କୋରାପୁଟ ଘାଟିରେ ଆଜି ଅପରାହ୍ନରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଜୟପୁର ସଦରଥାନା ଅନ୍ତର୍ଗତ କୋରାପୁଟ ଘାଟିର ପ୍ରଥମ ମୋଡ କୁ ଯିବା ରାସ୍ତା ନିକଟରେ ହୋଇଥିଲା ଦୁର୍ଘଟଣା । କୋରାପୁଟ ପାର୍ଶ୍ୱରୁ ଜୟପୁର ଆଡ଼କୁ ଆସୁଥିବା ସ୍କୁଟିକୁ କୋଇଲା ବୋଝେଇ ଟ୍ରକ ପଛପଟରୁ ଦେଇ ଓଲଟି ପଡ଼ିଥିଲା । ଫଳରେ ସ୍କୁଟିରେ ଥିବା ଭାଉଜ ଓ ନଣନ୍ଦଙ୍କର ମୃତ୍ୟୁ ହୋଇଥିବା ବେଳେ ଭାଗ୍ୟବଶତଃ ୨ବର୍ଷର ପୁଅ ବଂଚିଂଯାଇଛି । ମୃତକମାନେ ହେଲେ ଭି.ରାଜଲକ୍ଷ୍ମୀ ରାଓ ଓ ରାଜେଶ୍ୱରୀ ବେନିୟା । ଶିଶୁପୁତ୍ର ଆଦିଲ ରାଓକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସାଢ଼େ ୩ଟା ବେଳେ ଜୟପୁର ସଦରଥାନା ଅର୍ନ୍ତଗତ କୋରାପୁଟ ଘାଟିର ପ୍ରଥମ ମୋଡ (ଓସିସି କଲୋନି)କୁ ଯିବା ରାସ୍ତା ନିକଟରେ ହୋଇଛି ଏଭଳି ମର୍ମନ୍ତୁଦ ଏବଂ ହୃଦୟବିଦାରକ ଦୁର୍ଘଟଣା ।

କୋରାପୁଟ ଆଡରୁ ଜୟପୁର ପଟକୁ ଆସୁଥିବା ସ୍କୁଟିକୁ କୋଇଲା ବୋଝେଇ ଟ୍ରକ ପଛପଟରୁ ଧକ୍କା ମାରି ଦେଇଥିଲା । ଏହା ପରେ ଟ୍ରକଟି ରାସ୍ତା ଉପରେ ହିଁ ଓଲଟି ପଡ଼ିଥିଲା । ଧକ୍କାରେ ସ୍କୁଟିଟି ଗୁଣ୍ଡ ହୋଇଯାଇଛି । ସ୍କୁଟିରେ କୋରାପୁଟ ଟିକିରାସାହି ଅଂଚଳର ଭି.ଶଙ୍କର ରାଓଙ୍କ ପତ୍ନୀ ଭି.ରାଜଲକ୍ଷ୍ମୀ ରାଓ , ରାଜେଶ୍ୱରୀ ବେନିୟା ଓ ୨ବର୍ଷର ପୁଅ ଭି.ଆଦିଲ ରାଓଙ୍କୁ ନେଇ ବାରିଣୀପୁଟରେ ରହୁଥିବା ସଂପର୍କୀୟଙ୍କ ଘରକୁ ଆସୁଥିଲେ । ଘଟଣାସ୍ଥଳରେ ହିଁ ସୁନେଲି ଓ ତାଙ୍କ ନଣନ୍ଦ ରାଜଲକ୍ଷ୍ମୀଙ୍କର ମୃତ୍ୟୁ ହୋଇଥିଲା । ଭାଗ୍ୟବଶତଃ ଆଦିଲଙ୍କ ଦେହରେ ଗୁରୁତର ମାଡ଼ ବାଜିଥିଲା । ତିନି ଜଣଙ୍କୁ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଅଣାଯାଇଥିଲା । ଏଠାରେ ଡାକ୍ତର ରାଜଲକ୍ଷ୍ମୀ ଓ ରାଜେଶ୍ୱରୀଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଗୁରୁତର ଥିବା ଆଦିଲଙ୍କୁ କୋରାପୁଟ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking