28.1 C
Bhubaneswar
Friday, April 26, 2024
Homeଅପରାଧପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଖିବୁଜା ଗୁଳିଚାଳନା କଲେ ଦୁର୍ବୃତ୍ତ, ୧ ମୃତ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଖିବୁଜା ଗୁଳିଚାଳନା କଲେ ଦୁର୍ବୃତ୍ତ, ୧ ମୃତ

ଅଯୋଧ୍ୟା : ଦୁର୍ଗାପୂଜା ଚାଲିଥିବା ବେଳେ ଫୁଟିଲା ଗୁଳି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଖିବୁଜା ଗୁଳିଚାଳନା କଲେ ଦୁର୍ବୃତ୍ତ । ଅଯୋଧ୍ୟା କୋଟୱାଲିର ଦେବକାଳୀ ଛକ ନିକଟସ୍ଥ କୋରଖାନା ଅଞ୍ଚଳରେ ଦୁର୍ଗାପୂଜା ଚାଲିଥିବା ସମୟରେ ଗୁଳିମାଡ଼ ହୋଇଛି । ଅତର୍କିତ ଗୁଳି ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ନାବାଳିକା ଗୁରୁତର ଆହତ ହୋଇଛନ୍ତି । ଆହତ ଦୁଇ ନାବାଳିକାଙ୍କୁ ଜିଲ୍ଲା ଡାକ୍ତରଖାନାରୁ ଲକ୍ଷ୍ନୌ ରେଫର୍ କରାଯାଇଛି। ଦୁର୍ଗାପୂଜାର ଘଣ୍ଟ ଶଙ୍ଖ ନାଦ ଭିତରେ ରାତି ୧୦.୧୫ ରେ ହଠାତ୍ ଗୁଳିବର୍ଷା ହୋଇଥିଲା ।

ସେହି ଗୁଳିରେ ମନଜିତ ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ ଏବଂ ୧୧ ବର୍ଷର ଦୁଇ ଜଣ ନାବାଳିକା ଗୁରୁତର ଆହତ ହୋଇଛନ୍ତି । ବର୍ତ୍ତମାନ ଦୁଇ ନାବାଳିକାଙ୍କ ସ୍ଥିତି ଗୁରୁତର ରହିଛି । ଗୁଳିମାଡ଼ ପରେ ପୋଲିସ୍ ଛାଉଣୀରେ ଭରିଯାଇଛି ସହର । ତେବେ ଗୁଳିମାଡ଼ର କାରଣ କ’ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଗୁଳି ଚଳାଇଥିବା ୪ ଜଣ ଯୁବକଙ୍କ ମଧ୍ୟରୁ ଜଣକୁ ଧରିଛି ପୋଲିସ ।

ଏହାସହ ଅଭିଯୁକ୍ତଙ୍କ ଗାଡି ମଧ୍ୟ ଉଦ୍ଧାର କରାଯାଇଛି । ପୂର୍ବ ଶତ୍ରୁତା ପାଇଁ ଗୁଳିମାଡ଼ ହୋଇଥିଲା ସନ୍ଦେହ କରୁଛି ଅଯୋଧ୍ୟା ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି, ଶୀଘ୍ର ଗିରଫ କରାଯିବ ବୋଲି କୁହାଯାଉଛି । ପ୍ରାରମ୍ଭିକ ତଦନ୍ତ ଅନୁସାରେ ଦୁର୍ଗାପୂଜା ସହିତ ଏହି ଘଟଣାର କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ କରିଛି ପୋଲିସ୍ । ପୂର୍ବ ଶତ୍ରୁତା କାରଣରୁ ଗୁଳିମାଡ଼ ହୋଇଥିବା କହିଛି ପୋଲିସ୍ । ଜଣଙ୍କୁ ଗିରଫ କରାଯାଇଛି ଏବଂ ବାକି ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking