31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଆଜି ପୁଣି ବଢିଲା ତେଲ ଦର

ଆଜି ପୁଣି ବଢିଲା ତେଲ ଦର

ନୂଆଦିଲ୍ଲୀ : ପୁଣି ବଢିଲା ତେଲ ଦର । ଗତ ଦୁଇ ଦିନର ବିରତି ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆଜି ପୁଣି ବୃଦ୍ଧି ପାଇଛି । ଗତ ମଙ୍ଗଳବାର ଓ ବୁଧବାର ତେଲ ଦର ସ୍ଥିର ରହିଥିଲା । ହେଲେ ଆଜି ବିଭିନ୍ନ ସହରରେ ପେଟ୍ରୋଲ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ବର୍ଦ୍ଧିତ ଦର ଅନୁସାରେ ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ୍‌ ଲିଟର ପିଛା ୩୫ ପିଇସା ବୃଦ୍ଧି ପାଇଛି । ଫଳରେ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୪.୭୯ ଟଙ୍କା ରହିଥିବାବେଳେ ଡିଜେଲ୍‌ ମୂଲ୍ୟ ଲିଟର ପିଛା ୯୩.୫୪ ଟଙ୍କାରେ ପହଞ୍ଚିଛି ।

ସେହିପରି ମୁମ୍ୱାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୧୦.୭୫ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୧୦୧.୪୦ ଟଙ୍କା ରହିଛି । ସେହିପରି ପାଟନାରେ ପେଟ୍ରୋଲ ଲିଟର ପିଛା୧୦୮.୦୪ ଟଙ୍କା ଥିବାବେଳେ ଡିଜେଲ୍‌ ଲିଟର ପିଛା ୧୦୦.୭ ଟଙ୍କାରେ ପହଞ୍ଚିଛି । ବର୍ଦ୍ଧିତ ଦର ଅନୁଯାୟୀ, କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୫.୪୩ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା୯୬.୬୩ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୨.୧୦ ଟଙ୍କା ରହିଥିବାବେଳେ ଡିଜେଲ ଲିଟର ପିଛା ୯୭.୯୩ ଟଙ୍କା ରହିଛି । ଚଣ୍ଡିଗଡ଼ରେ ପେଟ୍ରୋଲ ପିଛା ୧୦୦.୮୬ ଟଙ୍କା ଥିବାବେଳେ ଡିଜେଲ୍‌ ମୂଲ୍ୟ ଲିଟର ପିଛା ୯୩.୩୪ ଟଙ୍କା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking