29.1 C
Bhubaneswar
Wednesday, May 1, 2024
Homeଅପରାଧରେଳବାଇ କର୍ମଚାରୀଙ୍କ ଘରୁ ୫୭ ହଜାର ନକଲି ଟଙ୍କା ଠାବ, ୧ ଗରିଫ

ରେଳବାଇ କର୍ମଚାରୀଙ୍କ ଘରୁ ୫୭ ହଜାର ନକଲି ଟଙ୍କା ଠାବ, ୧ ଗରିଫ

ଝାରସୁଗୁଡ଼ା : ନକଲି ନୋଟ କାରବାରରେ ସମ୍ପୃକ୍ତଥିବା ଜଣେ ରେଳବାଇ କର୍ମଚାରୀଙ୍କୁ ବ୍ରଜରାଜନଗର ପୁଲିସ ଗରିଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ବ୍ରଜରାଜନଗର ଅଂଚଳରେ ଏକ ଭଡାଘରେ ରହୁଥିବା ରେଳବାଇ କର୍ମଚାରୀ ରମନ କୁମାର ରଜକ(୩୨) । ପୁଲିସ ରମନଙ୍କୁ ଗିରଫ କରିବାସହ ତାଙ୍କ ଠାରୁ ୫ପିବି୪୧୭୭୮୪ ନମ୍ବର ବିଶିଷ୍ଟ ୫୨ଟି ଏବଂ ୮ଟିଏନ୧୫୭୨୦୧ ନମ୍ବର ବିଶିଷ୍ଟ ୬୨ଟି ମୋଟ ୧୧୪ଟି ନକଲି ୫ଶହ ଟଙ୍କିଆ ନୋଟ ଜବତ କରିଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ,  ରମନ ଏହି ନକଲି ଟଙ୍କା ବିଲାସପୁରରେ ରହୁଥିବା ତାର ସମ୍ପର୍କୟ ମାଧ୍ୟମରେ ଆଣି ସ୍ଥାନୀୟ ଅଂଚଳରେ ପ୍ରଚଳନ କରିବା ପାଇଁ ଯୋଜନା କରିଥିଲା ।

ଏବିଷୟରେ ଖବର ପାଇ ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ରଜରାଜନଗର ଏସଡିପିଓ ଦୀଲ୍ଲିପ ଦାସ, ଥାନା ଅଧିକାରୀ ନଳିତା ମୋଦୀ, ସବ ଇନ୍ସପେକ୍ଟର ପିକେ ସ୍ୱାଇଁ ରମନ ରହୁଥିବା ଘରେ ଚଢାଉ କରି  ନକଲି ଟଙ୍କାସହ ତାକୁ ଗିରଫ କରିଛନ୍ତି । ତେବେ ବିଲାସପୁରରୁ ରମନକୁ ନକଲି ଟଙ୍କା ଦେଉଥିବା ଗ୍ୟାଙ୍ଗର ସମ୍ପର୍କ ମହାରାଷ୍ଟ୍ର୍ରର ନାଗପୁରର ଏକ ଗ୍ୟାଙ୍ଗ ସହିତ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ଏହି ନକଲି ନୋଟର ବ୍ୟାପାର କରୁଥିବା ସମ୍ପୂର୍ଣ୍ଣ ଗ୍ୟାଙ୍ଗକୁ ଧରିବା ପାଇଁ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି । ତେବେ ରମନ ନକଲି ଟଙ୍କା କାରବାର କରି ଅଧିକ ଲାଭାନ୍ୱିତ ହେବାସହ ସେ ନେଇଥିବା ଏକ ରୁଣକୁ ପରିଶୋଷ କରିବା ପାଇଁ ଏହି ନକଲି ନୋଟ ପ୍ରଚଳନ ପାଇଁ ଯୋଜନା କରିଥିବା ପୁଲିସ ଆଗରେ ପ୍ରକାଶ କରିଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି । ପ୍ରକାଶ ଯୋଗ୍ୟ ଯେ, ରମନଙ୍କ ବାପା ଜଣେ ରେଳବାଇ କର୍ମଚାରୀଥିଲେ । ତାଙ୍କ ମୃତ୍ୟୁପରେ ରମନଙ୍କୁ ରେଳବାଇରେ ଚାକିରି ମଳିଥିଲା । ରମନ ବ୍ରଜରାଜନଗର ରେଳ ଷ୍ଟେସନରେ କିରାଣି ଭାବରେ କାମ କରିବାସହ ଚାନ୍ଦିନିଚକରେ ଏକ ଭଡାଘର ନେଇ ରହୁଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking