33.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗପୁଣି ଭାରତ-ଚୀନ୍ ସେନା ମୁହାଁମୁହିଁ

ପୁଣି ଭାରତ-ଚୀନ୍ ସେନା ମୁହାଁମୁହିଁ

ନୂଆଦିଲ୍ଲୀ : ପୁଣି ଆରମ୍ଭ ହୋଇଯାଇଛି ଭାରତ – ଚୀନ ସୀମା ବିବାଦ । ପୂର୍ବ ଲଦାଖ ସୀମାରେ ଭାରତ ଓ ଚୀନ ସେନା ପୁଣି ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ଅଗଷ୍ଟ ୨୯ ଓ ୩୦ ତାରିଖରେ ପେଙ୍ଗଙ୍ଗ ହ୍ରଦ ନିକଟରେ ମୁଡାଁମୁହିଁ ହୋଇଥିଲେ । ଭାରତ ସୀମାରେ ଅନୁପ୍ରବେଶ ଉଦ୍ୟମ କରିଥିଲେ ଚୀନ ସୈନିକ । କିନ୍ତୁ ତାହାର ଦୃଢ ଜବାବ ଦେଇଛନ୍ତି ଭାରତୀୟ ସେନା । ଉଭୟ ପକ୍ଷରୁ ବିବାଦରେ କେତେଜଣ ସୈନିକ ଆହତ ହୋଇଛନ୍ତି । ତେବେ ଏପର୍ଯ୍ୟନ୍ତ ଉଦ୍ଭୟ ପଟୁ କେତେ କ୍ଷୟକ୍ଷତି ହୋଇଛି ତାହା ବର୍ତ୍ତମାନ ଜଣାପଡ଼ିନାହିଁ ।ସରକାରଙ୍କ ପକ୍ଷରୁ କୌଣସି ସେନା ଆହତ ହୋଇଥିବା ସ୍ପଷ୍ଟ ହୋଇଛି ।

କିଛି ଦିନ ତଳେ ଲଦାଖର ପୂର୍ବ ଅଞ୍ଚଳରେ ଭାରତ-ଚୀନ୍‌ ସେନା ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଯେଉଁଥିରେ କି ଭାରତର ଅନେକ ଜଣ ଯବାନ ସହିଦ ହୋଇଥିବା ବେଳେ ଚୀନ୍‌ ୭୦ରୁ ଅଧିକ ସେନା ମୃତାହାତ ହୋଇଥିବା ଖବର ଆସିଥିଲା । ପୂର୍ବରୁ ଭାରତ ଶାନ୍ତିପୂର୍ଣ୍ଣ ଭାବରେ ସମସ୍ୟାର ସମାଧାନ ଚାହୁଥିଲେ ମଧ୍ୟ ଚୀନ୍ ସେନା ‌ଏ ପର୍ଯ୍ୟନ୍ତ ସୈନ୍ୟ ପ୍ରତ୍ୟାହାର କାମ ଶେ‌ଷ କରିପାରି ନାହିଁ। ପୂର୍ବରୁ ଗଲୱାନରେ ହୋଇଥିବା ସଂଘର୍ଷର ସମାଧାନ ହୋଇ ନଥିବା ବେଳେ ଅଗଷ୍ଟ ୨୯-୩୦ ବହୁ ସଂଖ୍ୟାରେ ସୈନ୍ୟ ନେଇ ପିଏଲଏ ପୁଣି ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ଭାରତୀୟ ସେନା ଚୀନ୍‌ର ପ୍ରୟାସକୁ ବିଫଳ କରିବା ସହ ସେମାନଙ୍କ ଉଦ୍ଦେଶ୍ୟକୁ ପୂରଣ ହେବାକୁ ଦେଇ ନ ଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking