28.1 C
Bhubaneswar
Friday, April 26, 2024
Homeକରୋନାଓମିକ୍ରନ୍ ଠାରୁ ଆସୁଛି ଆଉ ଏକ ମାରାତ୍ମକ ଭାଇରସ୍ : ଡବ୍ଲୁଏଚ୍‌ଓ

ଓମିକ୍ରନ୍ ଠାରୁ ଆସୁଛି ଆଉ ଏକ ମାରାତ୍ମକ ଭାଇରସ୍ : ଡବ୍ଲୁଏଚ୍‌ଓ

ନୂଆଦିଲ୍ଲୀ : ସାରା ବିଶ୍ବରେ ବର୍ତ୍ତମାନ ଆତଙ୍କ ରଚିଛି କୋଭିଡ୍-୧୯। ଏମିତିକି ଦୁନିଆରେ ଓମିକ୍ରନ ପାଇଁ ବଢ଼ିବାରେ ଲାଗିଛି କରୋନା ରୋଗୀଙ୍କ ସଂଖ୍ୟା। ଏଥିପାଇଁ ଅଧିକ ଲୋକଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତି କରାଯାଉଛି ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ଯ ବଢ଼ିଛି । ତେଣୁ ଏହାକୁ ସାଧାରଣ ରୋଗ ନ ଭାବିବା ପାଇଁ ମଧ୍ଯ ଏକ୍ସପର୍ଟ ପରାମର୍ଶ ଦେଉଛନ୍ତି। ଏମିତି ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଅଧ୍ନମ ମଧ୍ଯ ଓମିକ୍ରନର ମାରାତ୍ମକ ଲକ୍ଷଣ ଓ ଏହାଠୁ ବଞ୍ଚିବା ପାଇଁ କେଉଁ ଉପାୟ ଗ୍ରହଣ କରିବାକୁ ହେବ ସେ ବିଷୟରେ ଲୋକଙ୍କୁ ସଜାଗ କରିଆସୁଛନ୍ତି । ପୁଣି ଓମିକ୍ରନକୁ ନେଇ ଆଉ ଗୋଟେ ଚିନ୍ତାଜନକ ସୂଚନା ଦେଇଛନ୍ତି ହୁ ର ମୁଖ୍ୟ ।

ଟେଡ୍ରୋସ୍ କହିଛନ୍ତି ଯେ କୋଭିଡ୍ – ୧୯ ର ଓମିକ୍ରନ୍ ଭାରିଆଣ୍ଟ ଅତ୍ୟନ୍ତ ବିପଜ୍ଜନକ, ସେହିମାନଙ୍କ ପାଇଁ ବିଶେଷକରି ଯେଉଁମାନେ ଟିକା ନେଇନାହାନ୍ତି। ଆମ ଆଖପାଖରେ ଅନେକ ଲୋକ ଟିକା ପାଇ ନଥିଲେ ମଧ୍ୟ ଆମେ ଏହି ଭୂତାଣୁକୁ ମୁକ୍ତ ଭାବରେ ବୁଲିବାକୁ ଅନୁମତି ଦେବା ଉଚିତ୍ ନୁହେଁ । ଆଫ୍ରିକାରେ, ୮୫% ରୁ ଅଧିକ ଲୋକ ଏପର୍ଯ୍ୟନ୍ତ ଟିକା ନେଇ ନାହାନ୍ତି। ଆମେ ଏହି ଟିକା ବ୍ୟବଧାନକୁ ଦୂର ନକରିବା ପର୍ଯ୍ୟନ୍ତ ମହାମାରୀକୁ ସମାପ୍ତ କରିପାରିବୁ ନାହିଁ । ତେବେ ଟେଡ୍ରୋସ୍ ଚାହୁଁଥିଲେ ଯେ ପ୍ରତ୍ୟେକ ଦେଶ, ୨୦୨୧ ସେପ୍ଟେମ୍ବର ଶେଷ ସୁଦ୍ଧା ଜନସଂଖ୍ୟାର ୧୦ପ୍ରତିଶତ, ଡିସେମ୍ବର ଶେଷ ସୁଦ୍ଧା ୪୦ ପ୍ରତିଶତ ଏବଂ ୨୦୨୨ ମଧ୍ୟ ଭାଗରେ ୭୦ ପ୍ରତିଶତ ଟିକାକରଣ କରନ୍ତୁ। କିନ୍ତୁ ୯୦ ଟି ଦେଶ ଏପର୍ଯ୍ୟନ୍ତ ୪୦ ପ୍ରତିଶତରେ ମଧ୍ୟ ପହଞ୍ଚି ନାହାଁନ୍ତି।

ପୁଣି ଟିକା ନ ନେଇଥିବା କରୋନା ରୋଗି ହିଁ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ତେବେ ବର୍ତ୍ତମାନ କୋଭିଡର ଯେଉଁ ଭାରିଏଣ୍ଟ ଅଛି ତାହା ଆଗକୁ ଆହୁରି ମାରାତ୍ମକ ହେବାକୁ ଯାଉଛି। ପ୍ରଥମେ ଏହା ଏତେ ଖତରନାକ୍ ନଥିଲା କିନ୍ତୁ ଏବେ ଏହା ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି। ତେଣୁ ଏହି ଭାଇରସ ଠାରୁ ବଞ୍ଚିବା ପାଇଁ ପ୍ରଥମ ଉପାୟ ହେଇଛି ଟିକାକରଣ। ପୁଣି ଅନ୍ୟ ଏକ ଚିନ୍ତାଜନକ ବିଷୟ ହେଉଛି ହୁ କହିଛି ଯେ ଆଗକୁ କୋଭିଡ ଭାଇରସ ର ମାରାତ୍ମକ ଭାରିଏଣ୍ଟ ଆସିବାର ଅଛି। ଯାହା ଓମିକ୍ରନଠାରୁ ମଧ୍ୟ ଖତରନାକ। ଟେଡ୍ରୋସ କହିଛନ୍ତି ଦୁନିଆରେ ଗୋଟେ ସପ୍ତାହରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ପାଖା ପାଖି ୫୦,୦୦୦। ତେଣୁ ଆମ ସମସ୍ତଙ୍କୁ ସତର୍କ ରହିବାକୁ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking