28.1 C
Bhubaneswar
Friday, April 26, 2024
Homeଓଡିଶାସଟ୍ ଡାଉନ ହେଲା ବିଧାନସଭା

ସଟ୍ ଡାଉନ ହେଲା ବିଧାନସଭା

ଭୁବନେଶ୍ୱର : ସଟ୍ ଡାଉନ ହେଲା ବିଧାନସଭା । ଆଜି ଦିନକ ପାଇଁ ବିଧାନସଭାକୁ ସଟ ଡାଉନ ଘୋଷଣା କରାଯାଇଛି । ବିଧାନସଭାରେ ଜଣେ କର୍ମଚାରୀଙ୍କ ସଂପର୍କୀୟ ପଜିଟିଭ ଚିହ୍ନଟ ହେବା ପରେ ଏପରି ପଦକ୍ଷେପ ନିଆଯାଇଛି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।
ବିଧାନସଭା ଚାଲିନଥିଲେ ମଧ୍ୟ ସବୁବେଳେ ବିଧାନସଭାର ଅଫିସିଆଲ କାମ ଚାଲିଥାଏ ।
ନୀଳଗିରି ବିଧାୟକ ପଜିଟିଭ ଚିହ୍ନଟ ହେବା ପରେ ବୈଠକରେ ଉପସ୍ଥିତ ସମସ୍ତ କର୍ମଚାରୀଙ୍କୁ ଛୁଟି ଦିଆଯାଇଥିଲା । ତେବେ ଶନିବାର ଓ ରବିବାର ସଟଡାଉନ ଥିବାରୁ କେବଳ ଆଜି ଦିନକ ପାଇଁ ବିଧାନସଭା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ସୋମବାର ଦିନ ସ୍ଥିତି ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବାଚସ୍ପତି କହିଛନ୍ତି । ସମସ୍ତ କର୍ମଚାରୀଙ୍କର ସ୍ୱାବ ଟେଷ୍ଟ କରାଯାଇ ରିପୋର୍ଟ ବିଧାନସଭାରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking