28.1 C
Bhubaneswar
Thursday, March 28, 2024
Homeଓଡିଶାହାତୀ ଛୁଆ ମୃତ୍ୟୁ : ୨ ନିଲମ୍ବନ

ହାତୀ ଛୁଆ ମୃତ୍ୟୁ : ୨ ନିଲମ୍ବନ

କେନ୍ଦୁଝର : ହାତୀ ଛୁଆ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦୁଇ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ସେମାନେ ହେଲେ ବଡ଼ବିଲ ଫରେଷ୍ଟର , ଗୁଆଲୀ ଫରେଷ୍ଟ ଗାର୍ଡ ନିଲମ୍ବିତ ହୋଇଛନ୍ତି । ଦାୟିତ୍ୱରେ ଅବହେଳା ପାଇଁ ଉଦ୍ଭୟଙ୍କୁ ନିଲମ୍ବନ କରାଯାଇଛି । ଏନେଇ କେନ୍ଦୁଝର ଜିଲ୍ଲା ଡିଏଫଓ ସୂଚନା ଦେଇଛନ୍ତି । ଦୁଇ ଦିନ ତଳେ ସିଦ୍ଧବାଲି ଜଙ୍ଗଲରୁ ହାତୀଛୁଆର ମୃତ ଦେହ ମିଳିଥିଲା ।
ଦିନକୁ ଦିନ ଜୀବଜନ୍ତୁଙ୍କ ବଞ୍ଚିବା କଷ୍ଟକର ହୋଇପଡ଼ୁଛି । ମଣିଷର କ୍ରୁରତା ପାଇଁ ନିରୀହ ପ୍ରାଣୀଙ୍କୁ ବଳିଦାନ ଦେବାକୁ ପଡ଼ୁଛି । ରାଜ୍ୟରେ ମଧ୍ୟ  ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ବିଭିନ୍ନ ନିୟମ ପ୍ରଣୟନ ହେଉଥିଲେ ବି ସୁରକ୍ଷିତ ନୁହନ୍ତି ବନ୍ୟ ଜନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking