33.1 C
Bhubaneswar
Friday, April 26, 2024
Homeଓଡିଶାବଢିଲା ସ୍କୁଲ ଆଡମିଶନ ତାରିଖ

ବଢିଲା ସ୍କୁଲ ଆଡମିଶନ ତାରିଖ

ଭୁବନେଶ୍ୱର: କରୋନା ପାଇଁ ସ୍କୁଲରେ ଆଡମିଶନ ତାରିଖ ବଢାଇଛନ୍ତି ସରକାର । ଆଡମିଶନ ତାରିଖ ଅଗଷ୍ଟ ୧୪ ଯାଏ ଗଣଶିକ୍ଷା ବିଭାଗ ବୃଦ୍ଧି କରିଛି । ଜୁଲାଇ ୧୫ ଭିତରେ ଆଡମିଶନ ସାରିବାକୁ ନିର୍ଦ୍ଦେଶ ଥିଲା । ବର୍ତମାନ କରୋନା ପାଇଁ ଏବେ ସବୁ କିଛି ବାଧାପ୍ରାପ୍ତ ହୋଇଛି । ପିଲାଙ୍କ ପାଠପଢା ବ୍ୟାଘାତ ହେବା ସହ ଭବିଷ୍ୟତ ଏକପ୍ରକାର ଅନ୍ଧକାର ଆଡକୁ ଗତି କରୁଛି । ସେଥିପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପମାନ ଗ୍ରହଣ କରୁଛନ୍ତି ।  କରୋନା ସଂକ୍ରମଣରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଆଜି ରାଜ୍ୟରେ ୨୨ ଜିଲ୍ଲାରୁ ନୂଆ ୬୧୮ଟି ପଜିଟିଭ କେସ୍ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୪୧୧ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୨୦୭ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି ।   ଗଞ୍ଜାମରୁ ସର୍ବାଧିକ ୨୮୬ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧୦୭ଜଣ ,ବାଲେଶ୍ୱରରୁ ୬୧ ଜଣ; ବୌଦ୍ଧ, ବଲାଙ୍ଗୀର ,ଢେଙ୍କାନାଳରୁ ୨ ଜଣ ଲେଖାଏଁ;ଜଗତସିଂହପୁରରୁ ୨୬ଜଣ, ମୟୁରଭଞ୍ଜରୁ ୨୧ଜଣ, କଟକ ୧୬ଜଣ , ସୁନ୍ଦରଗଡ଼,ନୟାଗଡ଼ରୁ ୧୫ଜଣ ଲେଖାଏଁ ,ଅନୁଗୁଳରୁ ୧୪ ଜଣ , ମାଲକାନଗିରିରୁ ୧୩ଜଣ , ସମ୍ବଲପୁରରୁ ୧୦ଜଣ , କେନ୍ଦ୍ରାପଡ଼ାରୁ ୯ଜଣ ;ଯାଜପୁର, ପୁରୀ ଓ କେନ୍ଦୁଝରରୁ ୫ଜଣ ଲେଖାଏଁ;ଝାରସୁଗୁଡ଼ା,ଭଦ୍ରକ, ରାୟଗଡ଼ାଓ କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking