38.1 C
Bhubaneswar
Friday, April 26, 2024
Homeଓଡିଶାଓଡିଶା ଦେଇ ଅତିକ୍ରମ କରୁଥିବା ପ୍ରବାସୀ ଶ୍ରମିକଙ୍କ ସହାୟତା ନିମନ୍ତେ ଓଡିଶା- ମୋ ପରିବାର ତରଫରୁ...

ଓଡିଶା ଦେଇ ଅତିକ୍ରମ କରୁଥିବା ପ୍ରବାସୀ ଶ୍ରମିକଙ୍କ ସହାୟତା ନିମନ୍ତେ ଓଡିଶା- ମୋ ପରିବାର ତରଫରୁ ସହାୟତା ଶିବିର

ଭୁବନେଶ୍ୱର: ଓଡିଶା ଦେଇ ଯାତ୍ରା କରୁଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଓଡିଶା ମୋ ପରିବାର ତରଫରୁ ସହାୟତା ଶିବିର ମୟୁରଭଂଜର ଦୁଇଟି ଭିନ୍ନ ଭିନ୍ନ ସ୍ଥାନ ଯଥା ତିରଙ୍ଗ ଓ ଝାରପୋଖରୀଆ ଏବଂ ବାଲେଶ୍ୱର ର ଲକ୍ଷ୍‌ମଣନାଥଠାରେ କାର୍ଯକାରୀ ହେଉଥିବା ବେଳେ ଓଡିଶା ମୋ ପରିବାରର ଆବାହକ ଶ୍ରୀ ଅରୂପ ପଟ୍ଟନାୟକ ଆଜି ଏହି ଶିବିରଗୁଡିକୁ ଗସ୍ତ କରିଛନ୍ତି । ଏହା ବ୍ୟତୀତ ଅନ୍ୟ ୧୨ଟି ଶିବିର ଓଡିଶା ସୀମାରୁ ଓଡିଶା ମୋ ପରିବାର ତ୍ତ୍ୱାବଧାନରେ କାର୍ଯ୍ୟ ଆରମ୍ଭ କରିଛି । ଏହି ଶିବିରଗୁଡିକ ପ୍ରବାସୀ ଶ୍ରମିକମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ପାନୀୟ ଜଳ ପ୍ରଦାନ କରିବ ।
ମୟୁରଭଂଜର ତିରିଙ୍ଗିଠାରେ ଆୟୋଜିତ ଶିବିରରେ ସକାଳ ୯ଟା ୩୦ ମିନିଟରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ମରୋଡା ବିଧାୟକ ଶ୍ରୀ ରାଜକିଶୋର ଦାସ, ବିଜେଡି ନେତା ଡଃ ଦେବାଶିସ ମାରାଣ୍ଡି, ବିଜେଡି ନେତ୍ରୀ ଶ୍ରୀମତି ବାସନ୍ତୀ ମରାଣ୍ଡି, ରାଇରଙ୍ଗପୁର ପର୍ଯ୍ୟବେକ୍ଷକ ଶ୍ରୀ ମୁକ୍ତିକାନ୍ତ ମଣ୍ଡଳ, ମୟୁରଭଂଜ ଜିଲ୍ଲା ବିଜେଡି ସଭାପତି ଶ୍ରୀ କାଶିନାଥ ହେମ୍ବ୍ରମ, ତିରିଙ୍ଗି ଜିଲ୍ଲା ପରିଷଦ ପରେଷ ମୁଣ୍ଡା, ବିଜେଡି କର୍ମକର୍ତ୍ତା ଶ୍ରୀ ପ୍ରକାଶ ମହାନ୍ତିଙ୍କ ଉପସ୍ଥିତିରେ ଓଡିଶା ମୋ ପରିବାରର ଆବାହକ ଶ୍ରୀ ଅରୂପ ପଟ୍ଟନାୟକ, ଏବଂ ଆଇନ ପରାମର୍ଶଦାତା ଶ୍ରୀ ଅବନି କୁମାର ସାହୁ ପହଂଚି ସଂପୃକ୍ତ ଶିବିରର କାର୍ଯ୍ୟକଳାପ ପରିଲକ୍ଷିତ କରିଥିଲେ ।
ଝାରପୋଖରିଆଠାରେ ଆୟୋଜିତ ଶିବିରରେ ମଧ୍ୟାହ୍ନରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମରାଣ୍ଡି , ମରୋଡା ବିଧାୟକ ଶ୍ରୀ ରାଜକିଶୋର ଦାସ, ପୂର୍ବତନ ଉପ ବାଚସ୍ପତି ଶ୍ରୀ ସାନନ୍ଦ ମରାଣ୍ଡି, ବାଙ୍ଗୀରିପୋଶିର ପୂର୍ବତନ ବିଧାୟକ ଶ୍ରୀ ଓଜେନ ମୁର୍ମୁ, ସାରସକଣାର ପୂର୍ବତନ ବିଧାୟକ ଭାଦବ ହାଁସଦା, ମରୟରଭଂଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଡ ଦେବାଶିଷ ମାରାଣ୍ଡି , ବିଜେଡି ଜିଲ୍ଲା ସଭାପତି ଶ୍ରୀ ଦେବାଶିଷ ମହାନ୍ତିଙ୍କ ଉପସ୍ଥିତିରେ ଓଡିଶା ମୋ ପରିବାରର ଆବାହକ ଶ୍ରୀ ଅରୂପ ପଟ୍ଟନାୟକ, ଆଇନ ପରାମର୍ଶଦାତା ଶ୍ରୀ ଅବନି କୁମାର ସାହୁ ଏବଂ ପରାମର୍ଶ ଦାତା ଶ୍ରୀ ବିବେକାନନ୍ଦ ପଟ୍ଟନାୟକ ପହଂଚି ସଂପୃକ୍ତ ଶିବିରରେ କାର୍ଯ୍ୟକଳାପ ପରିଦର୍ଶନ କରିଥିଲେ ।
ସେହିପରି ବାଲେଶ୍ୱରର ଲକ୍ଷ୍‌ମଣନାଥ ଠାରେ ଆୟୋଜିତ ଶିବିରରେ ଅପରାହ୍ନ ୪ଟା ୩୦ ମିନିଟରେ ଜଳେଶ୍ୱର ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ପାତ୍ର, ମରୋଡା ବିଧାୟକ ଶ୍ରୀ ରାଜକିଶୋର ଦାସ, ବରିଷ୍ଠ ବିଜେଡି ନେତା ରବିନ୍ଦ୍ର କୁମାର ଜେନାଙ୍କ ଉପସ୍ଥିତିରେ ଓଡିଶା ମୋ ପରିବାରର ଆବାହକ ଶ୍ରୀ ଅରୂପ ପଟ୍ଟନାୟକ ଏବଂ ଆଇନ ପରାମର୍ଶଦାତା ଶ୍ରୀ ଅବନି କୁମାର ସାହୁ ପହଂଚି ସଂପୃକ୍ତ ଶିବିରର କାର୍ଯ୍ୟକଳାପ ପରିଦର୍ଶନ କରିଥିଲେ ।
ଏହି ସହାୟତା ଶିବିରଗୁଡିକ ପ୍ରବାସୀ ଶ୍ରମିକଙ୍କୁ ସହାୟତା କରିବା ସହ ମହାମାରୀ ସମୟରେ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଓଡିଶା ସୀମାରେ ସେମାନଙ୍କ ଖାଦ୍ୟ ଆବଶ୍ୟକତାକୁ ପୂରଣ କରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking