41.1 C
Bhubaneswar
Sunday, April 28, 2024
Homeଓଡିଶା15 ଜୁଲାଇ ଓଡିଶା ବନ୍ଦ କୁ ସମର୍ଥନ ଘୋଷଣା

15 ଜୁଲାଇ ଓଡିଶା ବନ୍ଦ କୁ ସମର୍ଥନ ଘୋଷଣା

ଭୁବନେଶ୍ୱର, : ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଆକାଶ ଛୁଆଁ ଦରବୃଦ୍ଧି ର ପ୍ରତିବାଦ କରି 15 ଜୁଲାଇ ରେ ଓଡିଶା ବନ୍ଦ ଡାକରା ଦିଆଯାଇଛି l ଓଡିଶା ର ବାମ, ଗଣତାନ୍ତ୍ରିକ ଏବଂ ଧର୍ମ ନିରପେକ୍ଷ ଦଳ ମାନଙ୍କ ତରଫରୁ ଆହୁତ ଏହି ବନ୍ଦ କୁ ଓଡିଶା କୃଷକ ସଭା ପୂର୍ଣ୍ଣ ସମର୍ଥନ ଘୋଷଣା କରିଛି l ଓଡିଶା କୃଷକ ସଭା ତରଫରୁ ଏକ ବିବୃତ୍ତି ରେ କୁହାଯାଇଛି ଯେ ବିଗତ ଏକ ବର୍ଷ ମଧ୍ୟ ରେ ଡିଜେଲ ଏବଂ ପେଟ୍ରୋଲ ର ମୂଲ୍ୟ 60 ଥର ବୃଦ୍ଧି ପାଇଛି l କେବଳ ଜୁନ ମାସ ରେ 16 ଥର ବୃଦ୍ଧି ପାଇଛି l ରନ୍ଧନ ଗ୍ୟାସ ର ମୂଲ୍ୟବୃଦ୍ଧି ଏକ ବର୍ଷ ମଧ୍ୟ ରେ 260 ଟଙ୍କା ବୃଦ୍ଧି ପାଇଛି l ଏହାର ପରିଣାମ ସ୍ୱରୂପ ଦୁଇ ଚକିଆ ଗାଡି ଚଳାଉ ଥିବା ସାଧାରଣ ଲୋକଙ୍କ ଠାରୁ ମଧ୍ୟବିତ୍ତ ଶ୍ରେଣୀ ପର୍ଯ୍ୟନ୍ତ ଦରବୃଦ୍ଧି ଅସହ୍ୟ ବୋଝ ହୋଇଛି l ଡିଜେଲ ର କ୍ରମାଗତ ମୂଲ୍ୟ ବୃଦ୍ଧି ଯୋଗୁଁ ଅଟୋ, ଟ୍ୟାକ୍ସି, ଟ୍ରକ, ବସ ଇତ୍ୟାଦି ର ଯାତ୍ରୀ ପରିବହନ ଏବଂ ମାଲ ପରିବହନ ଖର୍ଚ୍ଚ ଆକାଶ ଛୁଆଁ ବୃଦ୍ଧି ପାଇଛି l କୃଷିର ଉପ୍ତାଦନ ଖର୍ଚ୍ଚ ବହୁ ଗୁଣ ବୃଦ୍ଧି ପାଇଛି l ରନ୍ଧନ ଗ୍ୟାସ ର ଦରବୃଦ୍ଧି ସାଧାରଣ ଖାଉଟି ମାନଙ୍କ ହାଣ୍ଡିଶାଳ ଉପରେ ଗଭୀର ପ୍ରଭାବ ପକାଇଛି l କୃଷକ ମାନେ କୃଷି ଜାତ ଦ୍ରବ୍ୟ ଗୁଡିକ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ପାଉନାହାନ୍ତି l
ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ତୁରନ୍ତ ତୈଳ ଜାତ ସାମଗ୍ରୀ କୁ ଜି ଏସ ଟି ପରିସର ଭୁକ୍ତ କରି ଟିକସ ବ୍ୟବସ୍ଥା କୁ ସରଳୀ କରଣ କରିବା ବ୍ୟବସ୍ଥା କରୁ ନାହାଁନ୍ତି l ରାଜ୍ୟ ସରକାର ଭାଟ କ୍ଷେତ୍ରରେ ଲିଟର ପ୍ରତି ସର୍ବନିମ୍ନ 10/ ଟଙ୍କା କମାଉ ନାହାଁନ୍ତି l
ତୈଳ ଦରବୃଦ୍ଧି ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଲଗାମହୀନ ମୂଲ୍ୟ ବୃଦ୍ଧି ଖାଉଟି ମାନଙ୍କ ଉପରେ ” ବେଡି ଉପରେ କୋରଡ଼ା ସଦୃଶ୍ୟ ” ହୋଇଛି l
ଏହି ଜନ ବିରୋଧୀ ନୀତି ର ପ୍ରତିବାଦ କରିବା ସହିତ ସରକାର ଅବିଳମ୍ବେ ଦରବୃଦ୍ଧି ପ୍ରତ୍ୟାହାର କରିବା ନିମନ୍ତେ ଦାବୀ କରି ଆହୁତ 15 ଜୁଲାଇ ଓଡିଶା ବନ୍ଦ କୁ ରାଜ୍ୟବାସୀ ସମର୍ଥନ ଜଣାଇବା ପାଇଁ ଓଡିଶା କୃଷକ ସଭାର, ଓଡିଶା ରାଜ୍ୟ କମିଟି ନିବେଦନ ଜଣାଇଛି l ଏହି ଦିନ ସାରା ରାଜ୍ୟର ଗ୍ରାମୀଣ ଇଲାକା ରେ କୃଷକ ସଭା ର କର୍ମୀ ମାନେ ବନ୍ଦ କୁ ସମର୍ଥନ ଜଣାଇ ରାସ୍ତାରୋକ, ଦୋକାନ, ବଜାର, ପରିବହନ ଇତ୍ୟାଦି ବନ୍ଦ କରିବା ପାଇଁ ପିକେଟିଂ କରି ସତ୍ୟାଗ୍ରହ ଆନ୍ଦୋଳନ
କରିବେ ବୋଲି ଓଡିଶା କୃଷକ ସଭା ନିଷ୍ପତ୍ତି ଗ୍ରହଣ କରିଛି l ଲୋଭିଡ ନିୟମାବଳୀ କୁ ବଜାୟ ରଖି ଏହି ଆନ୍ଦୋଳନ ସଂଗଠିତ କରାଯିବ l

15 ଜୁଲାଇ ର ଏହି ବନ୍ଦ କୁ ସଫଳ କରିବା ନିମନ୍ତେ ଓଡିଶା କୃଷକ ସଭା ର ରାଜ୍ୟ ସଭାପତି ଜମେଶ୍ୱର ସାମନ୍ତରାୟ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ସୁରେଶ ପାଣିଗ୍ରାହୀ ଏକ ପ୍ରେସ ବିଜ୍ଞପ୍ତି ରେ ନିବେଦନ କରିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking