34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଲୋକପ୍ରିୟ ଅଭିନେତା ମାଧବ ମୋଘେଙ୍କର ଦେହାନ୍ତ

ଲୋକପ୍ରିୟ ଅଭିନେତା ମାଧବ ମୋଘେଙ୍କର ଦେହାନ୍ତ

ମୁମ୍ବାଇ : ଦାମିନୀ, ଘାତକ, ବିନାଶକ, ପାର୍ଟନର, ମେନେ ପ୍ୟାର କ୍ୟୁ କିୟା, ଏଭଳି ଅନେକ ଫିଲ୍ମରେ ଅଭିନୟ କରିଥିବା ଏବଂ ଏକ ଲାଜବାବ ମିମିକ୍ରି ଆର୍ଟିସ୍ଟ ଭାବରେ ଖୁବ ଜଣାଶୁଣା ଥିବା ମାଧବ ମୋଘେଙ୍କର କ୍ୟାନ୍‌ସର ରୋଗରେ ମୁମ୍ବାଇ ଠାରେ ପରଲୋକ ହୋଇଛି । ମାଧବ ମୋଘେ, ଲୋକପ୍ରିୟ ଅଭିନେତା ରହିଆସିଥିବା ସଂଜୀବ କୁମାରଙ୍କର ମିମିକ୍ରି ପାଇଁ ବହୁ ଜଣାଶୁଣା ଥିଲେ । ସେ ଅନେକ କମେଡି ସୋ ଏବଂ ଦେଶ ବିଦେଶରେ ଷ୍ଟେଜ୍ ସୋ ଗୁଡ଼ିକରେ ସଂଜୀବ କୁମାରଙ୍କର ମିମିକ୍ରି କରି ଅନେକ ପ୍ରଶଂସା ପାଇପାରିଛନ୍ତି । ଲୋକପ୍ରିୟ ସଂଜୀବ କୁମାରଙ୍କର ମିମିକ୍ରି କରିବା ତାଙ୍କର ପରିଚୟ ହୋଇଯାଇଥିଲା । ଏହା ସହ ତାଙ୍କୁ ଖୁବ ଲୋକପ୍ରିୟତା ମଧ୍ୟ ହାସିଲ ହୋଇପାରିଥିଲା । ତେବେ ସଂଜୀବ କୁମାରଙ୍କ ଛଡ଼ା ଅଭିନେତା ଉତ୍ପଲ ଦତ୍ତ ଏବଂ ରାଜକୁମାରଙ୍କର ମିମିକ୍ରି ମଧ୍ୟ ସେ ଖୁବ ଭଲ ଭାବେ କରିପାରୁଥିଲେ ।

ମାଘବ ମୋଘେ ଏକ ମିମିକ୍ରି ଆର୍ଟିସ୍ଟ, ଅଭିନେତା ହେବା ସହ ଏକ ବହୁତ ଭଲ ହୋସ୍ଟ ମଧ୍ୟ ଥିଲେ । ସେ ବହୁତ ନାମିଦାମି ଅଭିନେତା, ଅଭିନେତ୍ରୀ, ଗାୟକ ଏବଂ କଳାକାରମାନଙ୍କ ସହ ଦେଶ ବିଦେଶରେ ଅନେକ ଷ୍ଟେଜ୍ ସୋରେ ହୋସ୍ଟ ମଧ୍ୟ କରିଥିଲେ । ହିନ୍ଦି ଫିଲ୍ମ ଏବଂ ବଙ୍ଗାଳୀ ଫିଲ୍ମ ସହ ସେ ଅନେକ ଟିଭି ସୋ ଗୁଡ଼ିକରେ ମଧ୍ୟ କାମ କରିଥିଲେ । ମାଧବ ମୋଘେଙ୍କର ଝିଅ ପ୍ରାଚୀ ମୋଘେ ନିଜ ବାପାଙ୍କର ମୃତ୍ୟୁର ଖବର ଦେଇ କହିଛନ୍ତି ଯେ, “୨୧ ଜୁନରେ ମା ଙ୍କର ମୃତ୍ୟୁ ପରେ ବାପା ବହୁତ ଅସୁସ୍ଥ ରହୁଥିଲେ । ସେ ଖାଇବା ପିଇବା ମଧ୍ୟ କମ୍ କରିଦେଇଥିଲେ ଏବଂ ବହୁତ ଦୁର୍ବଳ ଅନୁଭବ କରୁଥିଲେ । ମା ଙ୍କର ମୃତ୍ୟୁ ପରେ ବାପାଙ୍କୁ ବମ୍ବେ ହସ୍ପିଟାଲରେ ଭର୍ତ୍ତି କରିବାରୁ ତାଙ୍କୁ ଫୁସ୍‌ଫୁସ୍‌ରେ କ୍ୟାନ୍‌ସର ହୋଇଥିବା ଜଣାପଡ଼ିଥିଲା । କ୍ୟାନ୍‌ସର ଶେଷ ଷ୍ଟେଜ୍‌ରେ ଥିଲା ଏବଂ ତାଙ୍କର ବଞ୍ଚିବାର କୌଣସି ଆଶା ନଥିଲା । ଏମିତିରେ ଡାକ୍ତର ମଧ୍ୟ ତାଙ୍କୁ ଘରକୁ ନେଇଯିବାକୁ କହିଦେଲେ । ମୁ କାଲି ହିଁ ତାଙ୍କୁ ଘରକୁ ଅଣିଥିଲି ହେଲେ ଆଜି ସକାଳ ୬ଟାରେ ଘରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking