26.1 C
Bhubaneswar
Friday, March 29, 2024
Homeଓଡିଶାନିଜର ମତ ଠିକ୍, ଅନ୍ୟର ମତ ଠିକ୍ ନୁହେଁ ଭାବିବା ଭୁଲ୍‌ : ସୌମ୍ୟରଞ୍ଜନ

ନିଜର ମତ ଠିକ୍, ଅନ୍ୟର ମତ ଠିକ୍ ନୁହେଁ ଭାବିବା ଭୁଲ୍‌ : ସୌମ୍ୟରଞ୍ଜନ

ଭୁବନେଶ୍ୱର : ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଗଣମାଧ୍ୟମ ଆଗରେ ମତ ରଖିଛନ୍ତି। ସେ କହିଛନ୍ତି ଯେ, କ୍ରିୟାର ପ୍ରତିକ୍ରିୟା ହେବ ଏବଂ ପ୍ରତିକ୍ରିୟା ସବୁବେଳେ ସ୍ୱାଗତଯୋଗ୍ୟ । ତା’ଛଡ଼ା ସବୁ ମତର ନିଶ୍ଚୟ ବିକଳ୍ପ ମତ ରହିବ ବୋଲି ସୌମ୍ୟ କହିଛନ୍ତି ।
ଭିନ୍ନମତକୁ ଗ୍ରହଣ କରିବାର ଅଭ୍ୟାସ ନରହିଲେ ଗଣତନ୍ତ୍ର ତିଷ୍ଠି ରହିବନି । ନିଜର ମତ ଠିକ୍, ଅନ୍ୟର ମତ ଠିକ୍ ନୁହେଁ ଭାବିବା ମଧ୍ୟ ଠିକ୍ ନୁହେଁ ବୋଲି ସୌମ୍ୟ କହିଛନ୍ତି । ଅନ୍ୟ ମତକୁ ସମ୍ମାନ ନଜଣାଇଲେ ନିଜେ ନିଜର ମର୍ଯ୍ୟାଦା ହରାଇବ, ତା’ସହିତ ସଚେତନ ନାଗରିକମାନେ ମତ ପ୍ରକାଶ କରିବାରେ ସଂକୋଚ ନ କରିବାକୁ ସୌମ୍ୟ ଆହ୍ୱାନ ଦେଇଛନ୍ତି ।

ଅନ୍ୟପଟେ କେନ୍ଦ୍ର ସରକାରରେ ୩ ଜଣ ଓଡ଼ିଆ ମନ୍ତ୍ରୀଙ୍କ ସଂପର୍କରେ ସୌମ୍ୟ କହିଛନ୍ତି ଯେ, ତିନି ଜଣ ଯାକ ମନ୍ତ୍ରୀ ଅଭିଜ୍ଞ, ଯୋଗ୍ୟତା ସଂପନ୍ନ ଓ ପ୍ରଧାନମନ୍ତ୍ରୀଙ୍କ ଆସ୍ଥାବାନ । ଆଉ ପ୍ରଧାନମନ୍ତ୍ରୀଙ୍କ ଆସ୍ଥା ଥିବାରୁ କାମ କରିବାରେ ଅସୁବିଧା କେଉଁଠି ବୋଲି ସୌମ୍ୟ ପ୍ରଶ୍ନ କରିଛନ୍ତି । ନିଜର ମତ ଠିକ୍, ଅନ୍ୟର ମତ ଠିକ୍ ନୁହେଁ ଭାବିବା ମଧ୍ୟ ଠିକ୍ ନୁହେଁ ବୋଲି ସେ କହିଛନ୍ତି। ଅନ୍ୟ ମତକୁ ସମ୍ମାନ ନଜଣାଇଲେ ନିଜେ ନିଜର ମର୍ଯ୍ୟଦା ହରାଇବ । ତା ସହିତ ସଚେତନ ନାଗରିକମାନେ ମତ ପ୍ରକାଶ କରିବାରେ ସଂକୋଚ ନ କରିବାକୁ ସୌମ୍ୟ ଆହ୍ୱାନ ଦେଇଛନ୍ତି । ସଚେତନ ନାଗରିକମାନେ ମତ ପ୍ରକାଶରେ ସଙ୍କୋଚ କରନ୍ତୁ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking