32.1 C
Bhubaneswar
Sunday, April 28, 2024
Homeଓଡିଶାଏନ୍‌ଭିଏସ୍‌-୦୧ ଉପଗ୍ରହ ମହାକାଶକୁ ପ୍ରକ୍ଷେପିତ

ଏନ୍‌ଭିଏସ୍‌-୦୧ ଉପଗ୍ରହ ମହାକାଶକୁ ପ୍ରକ୍ଷେପିତ

ଶ୍ରୀହରିକୋଟା : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସଫଳତାର ସହ ଏନ୍‌ଭିଏସ୍‌-୦୧ ଉପଗ୍ରହକୁ ମହାକାଶକୁ ଉଥ୍‌କ୍ଷେପଣ କରାଯାଇଛି । ସୋମବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଜିଏସଏଲଭି-ଏଫ୍‌୧୨ ରକେଟ ସାହାଯ୍ୟରେ ଏହି ଉପଗ୍ରହ ମହାକାଶକୁ ପଠାଯାଇଛି । ପ୍ରକ୍ଷେପଣର ୨୦ ମିନିଟ ପରେ ଭୂପୃଷ୍ଠରୁ ୨୫୧ କିମି ଊର୍ଦ୍ଧ୍ୱ ଜିଓସିକ୍ରୋନସ୍ କକ୍ଷପଥରେ ଉପଗ୍ରହକୁ ଅବସ୍ଥାପିତ କରାଯାଇଛି ।

ଏହି ସଫଳ ପ୍ରକ୍ଷେପଣ ଆମକୁ ପ୍ରୋତ୍ସାହିତ କରିଛି ଏବଂ ଆଗାମୀ ଦିନରେ ଅଧିକ ଓଜନଦାର ଉପଗ୍ରହକୁ ମହାକାଶରେ ଅବସ୍ଥାପିତ କରାଯାଇପାରିବ ବୋଲି ଇସ୍ରୋ କର୍ତ୍ତୃପକ୍ଷ କହିଛନ୍ତି । ପୂର୍ବରୁ ଜିଏସଏଲଭି-୦୧୨ ରକେଟ୍‌ର ପ୍ରକ୍ଷେପଣ ବିଫଳ ହୋଇଥିବାବେଳେ ଏଥର କିନ୍ତୁ ସଫଳତା ମିଳିଛି । ଏନ୍‌ଭିଏସ୍‌-୦୧ ଏକ ଯୋଗାଯୋଗ ଉପଗ୍ରହ ଏବଂ ଜିପିଏସ୍ (ଗ୍ଲୋବାଲ ପୋଜିସନିଙ୍ଗ୍ ସିଷ୍ଟମ)ର ବିକଳ୍ପଭାବେ ଏହା କାର୍ଯ୍ୟ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

ଭାରତୀୟ ସ୍ଥଳଭାଗର ୧୫୦୦ କିମି ବ୍ୟାସାର୍ଦ୍ଧରେ ଏହି ଉପଗ୍ରହ ନାଭିଗେସନ ବ୍ୟବସ୍ଥାକୁ ସଠିକ୍‌ଭାବେ ନିୟନ୍ତ୍ରଣ କରିବ ବୋଲି କୁହାଯାଇଛି । ବେସାମରିକ ବିମାନ ଚଳାଚଳ ଏବଂ ପ୍ରତିରକ୍ଷା କାର୍ଯ୍ୟ ପାଇଁ ଏହି ଉପଗ୍ରହ ଅତ୍ୟନ୍ତ ଫଳପ୍ରଦ ପ୍ରମାଣିତ ହେବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking