27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଆଇଆଇଟି ପାଇଁ ୭୫% ମାର୍କ ମାନଦଣ୍ଡକୁ ବିରୋଧ; ସୁପ୍ରିମକୋର୍ଟରେ ପିଟିସନ ଖାରଜ

ଆଇଆଇଟି ପାଇଁ ୭୫% ମାର୍କ ମାନଦଣ୍ଡକୁ ବିରୋଧ; ସୁପ୍ରିମକୋର୍ଟରେ ପିଟିସନ ଖାରଜ

ନୂଆଦିଲ୍ଲୀ : ଦେଶର ସର୍ବୋଚ୍ଚ ବୈଷୟିକ ଶିକ୍ଷାନୁଷ୍ଠାନ ଆଇଆଇଟି (ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି)ରେ ନାମ ଲେଖାଇବାକୁ ଯେଉଁ ଯୋଗ୍ୟତା ମାନଦଣ୍ଡ ଧାର୍ଯ୍ୟ କରାଯାଇଛି, ତାହାର ପ୍ରତିବାଦରେ ଆଗତ ଏକ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ସୂଚନାଯୋଗ୍ୟ ଆଇଆଇଟିରେ ନାମ ଲେଖାଇବା ପାଇଁ ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଅତିକମରେ ୭୫ ପ୍ରତିଶତ ମାର୍କ ରଖିବା ଜରୁରୀ ବୋଲି ଧାର୍ଯ୍ୟ କରାଯାଇଛି ।

ଏହାର ପ୍ରତିବାଦରେ ଚନ୍ଦନ କୁମାର ଓ ଅନ୍ୟ ଛାତ୍ରଛାତ୍ରୀ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଥିଲେ । ସେମାନେ ଯୁକ୍ତି ଦର୍ଶାଇଥିଲେ ଯେ ଜେଇଇ ଆଡ୍‌ଭାନ୍ସଡ୍ ପରୀକ୍ଷାରେ କୃତକାର୍ଯ୍ୟ ହେଉଥିବା ପ୍ରାର୍ଥୀ ଆଇଆଇଟିରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହେଉଥିବାବେଳେ ଦ୍ୱାଦଶ ବୋର୍ଡରେ ୭୫ ପ୍ରତିଶତ ମାର୍କ ରଖିବାର କୌଣସି ପ୍ରାସଙ୍ଗିକତା ଉଠୁନାହିଁ ।

ତେବେ ଜଷ୍ଟିସ ସୁଧାଂଶୁ ଧୁଲିଆ ଓ ଜଷ୍ଟିସ କେ.ଭି.ବିଶ୍ୱନାଥନଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ଏହି ପିଟିସନକୁ ଖାରଜ କରିଦେଇଛନ୍ତି । ଏହି ମାନଦଣ୍ଡ ବହୁପୂର୍ବରୁ ଧାର୍ଯ୍ୟ ହୋଇସାରିଥିବାବେଳେ ଏଥିରେ ହସ୍ତକ୍ଷପ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି । ଏହା ଶିକ୍ଷା ସମ୍ପର୍କିତ ପ୍ରସଙ୍ଗ ହୋଇଥିବାରୁ ଶିକ୍ଷା ବିଶେଷଜ୍ଞଙ୍କ ମତ ଜରୁରୀ ବୋଲି ମଧ୍ୟ ଖଣ୍ଡପୀଠ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking