29.4 C
Bhubaneswar
Thursday, April 18, 2024
Homeଓଡିଶାନର୍ଥ-ଇଷ୍ଟରେ ଗଡ଼ିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ

ନର୍ଥ-ଇଷ୍ଟରେ ଗଡ଼ିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ

ଗୁଅୋହାଟୀ: ଭାରତର ଉତ୍ତର-ପୂର୍ବ (ନର୍ଥ-ଇଷ୍ଟ) ରାଜ୍ୟରେ ପ୍ରଥମ ଥର ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଚଳାଚଳ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭର୍ଚୁଆଲ ପ୍ଲାଟଫର୍ମରେ ଏହି ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଆସାମର ଗୁଆହାଟୀରୁ ପଶ୍ଚିମବଙ୍ଗର ନିଉଜଳପାଇଗୁଡି ପର୍ଯ୍ୟନ୍ତ ଏହି ଟ୍ରେନ୍ ଯାତାୟାତ କରିଛି ।

ଏହି ଅବସରରେ ଗୁଆହାଟୀ ଷ୍ଟେସନରେ ଆୟୋଜିତ ଉତ୍ସବରେ ଆସାମ ରାଜ୍ୟପାଳ ଗୁଲାବଚାନ୍ଦ କଟାରିଆ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଏହି ସୁପରଫାଷ୍ଟ ଟ୍ରେନ୍ ଚଳାଚଳ କରିବା ଫଳରେ ଆସାମ ଓ ପଶ୍ଚିମବଙ୍ଗ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ ହେବାସହିତ ପର୍ଯ୍ୟଟନ, ବାଣିଜ୍ୟ, ଶିକ୍ଷା ଓ ନିଯୁକ୍ତି ସମ୍ଭାବନାକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking