35.1 C
Bhubaneswar
Saturday, May 4, 2024
Homeଓଡିଶାଚାରି ବର୍ଷ ହେଲା ଅଧପନ୍ତରିଆ ପଡ଼ିଛି ଗୃହ, ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବିଧବା ବୃଦ୍ଧା

ଚାରି ବର୍ଷ ହେଲା ଅଧପନ୍ତରିଆ ପଡ଼ିଛି ଗୃହ, ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବିଧବା ବୃଦ୍ଧା

ନୂଆପଡ଼ା :  କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆସନ୍ତା ୨୦୨୨ମଧ୍ୟରେ ଦେଶର ସମସ୍ତ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ, ମୋ କୁଡ଼ିଆ ଓ ବିଜୁ ପକ୍କା ଘର ଯୋଜନାରେ ସାମିଲ କରି ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି । ଏହାର ଉଦ୍ଦେଶ୍ୟ ସମସ୍ତେ ପକ୍କା ଘରେ ସୁବିଧାରେ ରହିପାରିବେ । ହେଲେ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଞ୍ଚାୟତସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ନୀତି ଅଲଗା । ଏଠାରେ ଗରିବଙ୍କ ପ୍ରଧାନମନ୍ତ୍ରୀ ଆବାସକୁ ନିଜେ ଠିକାରେ କରି କରିଦେବା ନାମରେ ଠକେଇ କରି ଟଙ୍କା ଆତ୍ମସାତ କରୁଥିବା ଯୋଗୁ ଜଣେ ୮୦ ବର୍ଷୀୟ ବିଧବା ବୃଦ୍ଧାଙ୍କ ପ୍ରଧାନମନ୍ତ୍ରୀ ଆବାସ ଗୃହ ଦୀର୍ଘ ଚାରି ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇପାରିନାହିଁ । ଏହାର ଗୋଟିଏ ଉଦାହରଣ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ ବିରିଘାଟ ପଞ୍ଚାୟତର ଗଦାପଦର ଗ୍ରାମରେ ।

ଅଭିଯୋଗ ଅନୁଯାୟୀ,  ଗତ ୨୦୧୭-୧୮ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ପାଇଥିଲେ । ପଞ୍ଜୀକରଣ ନମ୍ବର ଓଆର ୪୩୦୯୭୭୯ ମିଳିଥିଲା । ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇ ବୃଦ୍ଧା କୁନ୍ଦନେ ମାଝୀ ଖୁସି ହୋଇ କୌଣସି ମତେ ଆବାସ ଗୃହ ନିର୍ମାଣ କରିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ପଞ୍ଚାୟତର ଜିଓଟେକ ବୈକୁଣ୍ଠ ପୋଡ ବୃଦ୍ଧା କୁନ୍ଦନେ ମାଝୀଙ୍କୁ ଭେଟି କହିଥିଲେ, ତୁମ ଆବାସ ଗୃହ ମୋତେ ଠିକାରେ ଦିଅ । ତୁମ ଘର ତୁରନ୍ତ ନିର୍ମାଣ କରିଦେବି । ତୁମେ କାହିଁକି ଘର ତିଆରି କରି ହଇରାଣ ହେବ । ଜିଓଟେକ୍‌ଙ୍କ ଆଶ୍ୱସ୍ତିପୂର୍ଣ୍ଣ କଥା ଶୁଣି ବୃଦ୍ଧା ଖୁସି ହୋଇଥିଲେ । ହେଲେ ଫଳ ହେଲା ଓଲଟା । ବୃଦ୍ଧା କୁନ୍ଦନେ ମାଝୀ ଫାଉନଣ୍ଡେସନ୍ ବାବଦକୁ ପ୍ରଥମ କିସ୍ତି ହିସାବରେ ଗତ ୨୦୧୮ ଡିସେମ୍ବର ୧୩ରେ ୨୦ ହଜାର ଟଙ୍କା ଉଠାଇ ସମ୍ପୃକ୍ତ ଜିଓଟେକ୍‌ଙ୍କୁ ଦେଇଥିଲେ । ହେଲେ ଟଙ୍କା ପାଇ ଜିଓଟେକ୍ ଜଣକ ଗୋଟିଏ ବର୍ଷ ଆବାସ ଗୃହର କୌଣସି କାର୍ଯ୍ୟ କଲେ ନାହିଁ । ଅନ୍ୟ ଲୋକଙ୍କ ଫାଉଣ୍ଡେସନର ଫଟୋ ଦେଖାଇ ପୁଣି ୨୦୧୯ ଜୁନ୍ ୧୪ ତାରିଖରେ ଦ୍ୱିତୀୟ କିସ୍ତି ୩୫ ହଜାର ଟଙ୍କା ମଧ୍ୟ ଉଠାଇ କାର୍ଯ୍ୟ କଲେନାହିଁ ।

ପରେ ଅନ୍ୟ କୌଣସି ପଟୁ ବୃଦ୍ଧା କୁନ୍ଦନେ ମାଝୀଙ୍କ ଘର ତିଆରି କରିବାକୁ ଜିଓଟେକ୍ ଉପରେ ଚାପ ପଡ଼ିବାରୁ ଘର କାର୍ଯ୍ୟ ଆରମ୍ଭ କରି ଛଅ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଠାଇ ଦେଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଦ୍ଧନିର୍ମିତ ଭାବରେ ଛାଡ଼ି ଦେଇଛନ୍ତି । ଏଠାରେ ଆଶ୍ଚର୍ଯ୍ୟର ବିଷୟ ହେଲା ସରକାରୀ ନିୟମ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଏମ୍‌ଜିଏନ୍‌ଆର୍‌ଇଜିଏସ୍ ଯୋଜନାର ଟଙ୍କା ମିଳିବା ନିୟମ ଅଛି । କିନ୍ତୁ ଅସମ୍ପୂର୍ଣ୍ଣ ଆବାସ ଗୃହର ୮୪ ଦିନ କାର୍ଯ୍ୟକରି ଦୈନିକ ୧୯୮ ଟଙ୍କା ହିସାବରେ ୨୦ ହଜାର ୫୧୦ ଟଙ୍କା ବିଲ୍ ହୋଇସାରିଛି । ମୋଟ ୭୫ ହଜାର ୫୧୦ ଟଙ୍କା ଗୃହ ନିର୍ମାଣ ବାବଦକୁ ବେନିୟମ ଭାବରେ ଉଠିସାରିଛି । କୁନ୍ଦନେ ମାଝୀଙ୍କ ଗୃହର ତଳ ଫାଉଣ୍ଡେସନ୍ ଛଅ ଇଞ୍ଚ ମୋଟା କରାଯାଇଛି ।  ବିଧବା ବୃଦ୍ଧାଙ୍କ ଘର ନଥିବାରୁ ଚାରି ବର୍ଷ ହେଲା ଅନ୍ୟ ଘରେ ଆଶ୍ରୟ ନେଉଥିବା କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking