27.1 C
Bhubaneswar
Thursday, April 25, 2024
Homeଓଡିଶା୧୦ ବର୍ଷ ପରେ ପଞ୍ଜାବରୁ ଉଦ୍ଧାର ହେଲା ପ୍ରଜ୍ଞା

୧୦ ବର୍ଷ ପରେ ପଞ୍ଜାବରୁ ଉଦ୍ଧାର ହେଲା ପ୍ରଜ୍ଞା

ଘଟଗାଁ : କେନ୍ଦୁଝର ଜିଲ୍ଲା  ଘଟଗାଁ ବ୍ଲକ ଅନ୍ତର୍ଗତ ବାଙ୍କପାଟୁଳି ଗ୍ରାମର ଜଣେ ୧୭ବର୍ଷିୟ କନ୍ୟା ପଞ୍ଜାବର ଅମୃତସରରୁ ଉଦ୍ଧାର ହୋଇ ଗୁରୁବାର ଘରେ ପହଞ୍ଚିଛି । ୧୦ବର୍ଷ ପରେ ନିଖୋଜ ଝିଅକୁ ପାଇ ପରିବାର ଲୋକେ ଖୁସିରେ ଆତ୍ମହରା ହୋଇପଡିଛନ୍ତି । ତେବେ ଉଦ୍ଧାର ଝିଅ ପ୍ରଜ୍ଞା ନାଏକର ବୟାନ ଅନୁସାରେ, ମା’ଙ୍କ ଦେହାନ୍ତ ପରେ ଝିଅର ବାପା ଦୁଷ୍ମନ୍ତ ନାୟକ ତାଳପଦାର ବିଲାସି ନାଏକଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ପରବର୍ତ୍ତି ସମୟରେ ଦୁଷ୍ମନ୍ତଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ସାବତ ମା’ ଝିଅକୁ ଭୁବନେଶ୍ୱରର ଏକ ଆଶ୍ରମ ସ୍କୁଲ୍‌ରେ ପାଠ ପଢ଼ିବାକୁ କହି ଜେଜେ ପାଖରୁ ନେଇ ଯାଇଥିଲେ । କିନ୍ତୁ ସାବତ ମା’ ଝିଅକୁ ନେଇ ତାଳପଦା ଗ୍ରାମର ଗାୟତ୍ରୀ ନାୟକଙ୍କୁ ଦେଇଥିଲେ । ଗାୟତ୍ରୀ ଦୁଷ୍ମନ୍ତଙ୍କ ଝିଅକୁ ପଞ୍ଜାବରେ ତା ଦାଦା ପାଖରେ ପାଠ ପଢିବୁ କହି ନେଇଯାଇ ପଞ୍ଜାବ ରାଜ୍ୟର ଅମୃତସର (ନେହେରୁ କୋଲୋନି, ମଝିଠା ରୋଡ୍‌, ପ୍ଲଟ୍ ନଂ-୫, ବାବାବିର୍ସା) ନାମକ ଠିକଣାରେ ଛାଡି ଦେଇ ପଳେଇ ଆସିଥିଲେ ।

ଝିଅଟିକୁ ନେଇ  କିଛିଦିନ ଗଲାପରେ ପରିବାର ଲୋକେ ଝିଅ ବିଷୟରେ ପଚାରିବାରୁ ଆସିବ ଆସିବ କହି ଠକି ଚାଲିଥିଲା ପ୍ରଜ୍ଞାର ସାବତ ମା’ । କିଛିଦିନ ପରେ ପରିବାର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ତେଣୁ ପରିବାର ଲୋକେ ଭୁବନେଶ୍ୱର ଯାଇ ଖୋଜିଥିଲେ । କିନ୍ତୁ ପତ୍ତା ନମିଳିବାରୁ ସାବତ ମା’ଙ୍କୁ ପଚାରିଥିଲେ । ପରେ ପ୍ରଜ୍ଞାର ଜେଜେ ମା ଓ  ବଡବାପା  ପ୍ରଜ୍ଞା ସାବତ ମା ସହ ଗଣ୍ଡଗୋଳ କରିବାରୁ ସେଠିକାର ଫୋନ୍ ନମ୍ବର ପାଇଥିଲେ । ଫୋନ୍ ନମ୍ବର ପାଇ ଥରେ ଦୁଇଥର ପ୍ରଜ୍ଞା ସହ କଥା ହୋଇଥିଲେ । ପରେ ପ୍ରଜ୍ଞା ମୋତେ ଏଠାରେ ମାରୁଛନ୍ତି, ମୋତେ ଏଠାରୁ ଶୀଘ୍ର ନେଇଯାଅ ବୋଲି କୋହଭରା କଣ୍ଠରେ ତା ବଡ଼ବାପା ପାଖରେ କହିଥିଲା । ଏହାପରେ ପରିବାର ଲୋକେ ଓଡ଼ିଶା ଜାତୀୟ ଶିଶୁ ସୁରକ୍ଷା ପରିଷଦରେ ଅଭିଯୋଗ କରିଥିଲେ । ଶିଶୁସୁରକ୍ଷା ପରିଷଦ ପଞ୍ଜାବର ଶିଶୁ ସୁରକ୍ଷା ପରିଷଦ ଓ ଜଣେ ସମ୍ପର୍କୀୟ ବିଚିତ୍ର କୁମାର ମହାପାତ୍ରଙ୍କ ସହଯୋଗରେ ଝିଅକୁ ଅମୃତସରରୁ  ଡିସେମ୍ବର ୩ ତାରିଖରେ ଉଦ୍ଧାର କରିଥିଲେ । ସେଠାରେ ତାଙ୍କ ବଡ଼ବାପା ପହଞ୍ôଚ ଝିଅକୁ ଗ୍ରହଣ କରିବା ସହ କୁରୁକ୍ଷେତ୍ରରେ ବିଚିତ୍ର କୁମାର ମହାପାତ୍ରଙ୍କ ପାଖରେ ଗୋଟିଏ ଦିନ ରହି ଗୁରୁବାର ସକାଳେ ଆସି ଘରେ ପହଞ୍ôଚଛନ୍ତି । ଅନ୍ୟପକ୍ଷରେ ପ୍ରଜ୍ଞା ଘରେ ପହଞ୍ôଚବା ପରେ ସାବତ ମା’ ଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking