30.1 C
Bhubaneswar
Thursday, March 19, 2026
Homeଓଡିଶାପାକିସ୍ତାନୀଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍ ଜାରି

ପାକିସ୍ତାନୀଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍ ଜାରି

ଭୁବନେଶ୍ୱର: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ ଓଡ଼ିଶାରୁ ୧୨ ପାକିସ୍ତାନୀ ନାଗରିକଙ୍କୁ ବିଦା କରାଯିବ। ଭିସା ରଦ୍ଦ କରି ଦିଆଯାଇଛି। ୪୮ଘଣ୍ଟା ଭିତରେ ତଡ଼ିପାର କରିବାକୁ ମଧ୍ୟ କୁହାଯାଇଛି। ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରରେ ଜଣେ ପାକିସ୍ତାନୀ ମହିଳା ଥିବାର କମିଶନେରେଟ୍ ପୁଲିସ୍ ଜାଣିବାକୁ ପାଇଛି। ଶନିବାର ପୁଲିସ୍ ପକ୍ଷରୁ ସଂପୃକ୍ତା ପାକିସ୍ତାନୀ ମହିଳାକୁ ଭାରତ ଛାଡ଼ିଯିବାକୁ ନୋଟିସ୍ ଜାରି ହୋଇଛି। ସୂଚନାନୁସାରେ ଜଣେ ଓଡ଼ିଆଙ୍କୁ ବିବାହ କରି ସେ ଦୀର୍ଘମିଆଦୀ ଭିସାରେ ୨୦୦୮ରୁ ଭୁବନେଶ୍ୱରରେ ରହୁଛନ୍ତି। ଇତିମଧ୍ୟରେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କ ଭିସା ଅବଧି ୨୦୨୪ରେ ଶେଷ ହୋଇଯାଇଛି।

ସେଥିପାଇଁ ମହିଳା ଜଣଙ୍କ ଭାରତ ଛାଡ଼ି ପାକିସ୍ତାନ ଚାଲିଯିବା ପାଇଁ ଏକଜିଟ୍ ଭିସା ପାଇଁ କମିସନରେଟ୍ ପୁଲିସ ନିକଟରେ ଆବେଦନ କରିଥିଲେ। କିନ୍ତୁ ସେହି ଆବେଦନ ପଡ଼ି ରହିଥିଲା। ଏବେ ପହଲଗାମ ଘଟଣା ପରେ ସମସ୍ତ ପାକିସ୍ତାନୀଙ୍କୁ ଭାରତ ଛାଡ଼ିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କୁ ଭୁବନେଶ୍ୱର ଛାଡ଼ିଯିବା ପାଇଁ ପୁଲିସ ନୋଟିସ୍ କରିଛି। ଉଲ୍ଲେଖନୀୟ ଯେ ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଓଡ଼ିଶା ସମେତ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରି ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରି ବିଦା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ଓଡ଼ିଶାରେ ୧୨ ଜଣ ପାକିସ୍ତାନୀ ଦୀର୍ଘମିଆଦୀ ଭିସାରେ ରହିଥିବା ଜଣାପଡ଼ିଥିଲା। ସେମାନଙ୍କୁ ଏବେ ଚିହ୍ନଟ କରାଯାଇଛି। ତୁରନ୍ତ ବିଦା ହେବେ ବୋଲି ଗୃହ ବିଭାଗ ସ୍ପଷ୍ଟ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking