33.1 C
Bhubaneswar
Saturday, May 30, 2026
Homeଅପରାଧପୁଅକୁ ହତ୍ୟା କରି ବାପା ସମେତ ୫ ଗିରଫ

ପୁଅକୁ ହତ୍ୟା କରି ବାପା ସମେତ ୫ ଗିରଫ

ଧର୍ମଶାଳା: ଦ୍ୱିତୀୟ ବିବାହ କରିବା ଉଦ୍ଦେଶ୍ୟ ରଖି ୬ ବର୍ଷର ପୁଅକୁ ହତ୍ୟା କରିବା ଘଟଣାରେ ବାପା ସମେତ ପରିବାରର ୫ଜଣଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଦୁଇଦିନ ତଳେ ଜେନାପୁର ଥାନା ଚାରଗୋଠ ଗାଁ ନିକଟ ପଥର ଖାଦାନରୁ ଜଣେ ନାବାଳକର ମୃତଦେହ ଉଦ୍ଧାର ହୋଇଥିଲା। ମୃତ ନାବାଳକର ପରିବାର ଓ ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ଜେନାପୁର ପୁଲିସ ଘଟଣାର ତଦନ୍ତ କରିଥିଲା। ପାରିବାରିକ ବିବାଦ ଯୋଗୁ ଗାଁର ବାହୁଡ଼ା ରାଉତ(୨୯) ନିଜ ୬ବର୍ଷର ପୁଅକୁ ଅପହରଣ ସହ ହତ୍ୟା କରି ଖାଦାନ ପାଣିରେ ଫିଙ୍ଗିଦେଇଥିବା ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ବାହୁଡା଼ ସମେତ ତାଙ୍କ ପରିବାରର ୫ଜଣ ସଦସ୍ୟଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିଲା। ହତ୍ୟା ଘଟଣାରେ ପୁଲିସ ମୃତ ଶିଶୁପୁତ୍ରର ବାପା ବାହୁଡା, ଜେଜ, ଜେଜେମା, ବଡ଼ବାପା, ବଡ଼ବୋଉ ସମେତ ୫ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking