29.1 C
Bhubaneswar
Saturday, September 19, 2026
Homeଓଡିଶାଦକ୍ଷିଣ କୋରିଆ ବଦଳରେ ବାଜିଲା ଉତ୍ତର କୋରିଆ ଜାତୀୟ ସଙ୍ଗୀତ

ଦକ୍ଷିଣ କୋରିଆ ବଦଳରେ ବାଜିଲା ଉତ୍ତର କୋରିଆ ଜାତୀୟ ସଙ୍ଗୀତ

ନୂଆଦିଲ୍ଲୀ: ଚଳିତ ଏସୀୟ କ୍ରୀଡ଼ାରେ ରହିବା ଓ ଖାଇବା ବ୍ୟବସ୍ଥାକୁ ନେଇ ବିବାଦ ପରେ ଏବେ ଆୟୋଜକଙ୍କ ଆଉ ଏକ ତ୍ରୁଟି ସାମ୍ନାକୁ ଆସିଛି । ପୁରୁଷ ହକିରେ ଦକ୍ଷିଣ କୋରିଆ ଓ ବାଂଲାଦେଶ ମ୍ୟାଚ୍‌ ପୂର୍ବରୁ ଭୁଲ୍‌ବଶତଃ ଦକ୍ଷିଣ କୋରିଆ ବଦଳରେ ଉତ୍ତର କୋରିଆର ଜାତୀୟ ସଙ୍ଗୀତ ବଜାଯାଇଥିଲା ।ଗିଫୁ ପ୍ରିଫେକ୍ଚୁରାଲ୍‌ ଗ୍ରୀନ୍‌ ଷ୍ଟାଡିୟମ୍‌ରେ ଘଟିଥିବା ଏହି ଘଟଣାରେ ଦକ୍ଷିଣ କୋରିଆ ଖେଳାଳିମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତ୍ରୁଟି ଜଣାପଡ଼ିବା ପରେ ବାଂଲାଦେଶର ଜାତୀୟ ସଙ୍ଗୀତ ପରେ ଦକ୍ଷିଣ କୋରିଆର ସଠିକ୍‌ ଜାତୀୟ ସଙ୍ଗୀତ ବଜାଯାଇଥିଲା। ସଙ୍ଗୀତ ଜନିତ ତ୍ରୁଟି ଯୋଗୁଁ ମ୍ୟାଚ୍‌ ମଧ୍ୟ କିଛି ସମୟ ବିଳମ୍ବ ହୋଇଥିଲା । ଏହି ଘଟଣାକୁ ନେଇ କୋରିଆ କ୍ରୀଡ଼ା ଓ ଅଲିମ୍ପିକ୍ସ ସମିତି ଆୟୋଜକଙ୍କ ନିକଟରେ ଆନୁଷ୍ଠାନିକ ଅଭିଯୋଗ କରିଛି। ଏଥିସହ କ୍ଷମା ପ୍ରାର୍ଥନା କରିବା ସହ ଭବିଷ୍ୟତରେ ଏଭଳି ଭୁଲ୍‌ ନକରିବାକୁ ଦାବି କରିଛି ।ତେବେ ଏହି ତ୍ରୁଟି ସତ୍ତ୍ୱେ ମ୍ୟାଚ୍‌ରେ ଦକ୍ଷିଣ କୋରିଆ ୫-୦ ଗୋଲ୍‌ରେ ବାଂଲାଦେଶକୁ ପରାସ୍ତ କରିଛି । ସିମ୍‌ ଜାଏ-ୱନ୍‌, ଲି ଗାଙ୍ଗ୍‌-ସାନ୍‌, ଓ ସେ-ୟୋଙ୍ଗ୍‌, ବାଏ ସୁଙ୍ଗ୍‌-ମିନ୍‌ ଓ ୟାଙ୍ଗ୍‌ ଜି-ହୁନ୍‌ ଗୋଟିଏ ଲେଖାଏଁ ଗୋଲ୍‌ ସ୍କୋର କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking