ଭୁବନେଶ୍ୱର : ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ । ୨୧ ତାରିଖ ଦିନ ସାଢ଼େ ୧୧ଟାରେ ବସିବ ସର୍ବଦଳୀୟ ବୈଠକ । ଗୃହ କେମିତି ସୁରୁଖୁରୁରେ ଚାଲିବ ସେନେଇ ସବୁ ଦଳ ନିଜ ନିଜ ଆଭିମୁଖ୍ୟ ରଖିବେ । ଅପରାହ୍ଣରେ ବସିବ ବିଜେପି ବିଧାୟକ ଦଳ ବୈଠକ । ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗୋଟିଏ ପଟେ ଏମ୍ଏମ୍ଡିଆର୍, ବହି ତ୍ରୁଟି, ଚାଷୀ ପଞ୍ଜିକରଣ, ଶିକ୍ଷକ ଆନ୍ଦୋଳନ ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି । ଏପଟେ ବିରୋଧୀଙ୍କ ସହ ସବୁ ପ୍ରସଙ୍ଗକୁ ନେଇ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ସରକାର ।ବିଧାନସଭାକୁ ସୁଚାରୁ ରୂପେ ଚଳାଇବାକୁ ସର୍ବଦଳୀୟ ବୈଠକରେ ଆଲୋଚନା କରାଯିବ। ସମସ୍ତ ପ୍ରସଙ୍ଗକୁ ନେଇ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ତେବେ ସେପ୍ଟେମ୍ବର 22ରୁ ଆରମ୍ଭ ହୋଇ ଅକ୍ଟୋବର 3 ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଗତ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ବିଧାନସଭା ଠିକରେ ଚାଲିପାରିନଥିଲା ।









