28.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗକଟକ, ଭୁବନେଶ୍ୱର ଆସିବାକୁ ମନା ହୋଇନି

କଟକ, ଭୁବନେଶ୍ୱର ଆସିବାକୁ ମନା ହୋଇନି

ଭୁବନେଶ୍ୱର: ବାହାର କରୋନା ରୋଗୀଙ୍କୁ କଟକ, ଭୁବନେଶ୍ୱର ବ୍ୟାନ ଚର୍ଚ୍ଚା ପ୍ରସଙ୍ଗରେ କଟକ, ଭୁବନେଶ୍ୱର ଆସିବାକୁ ବ୍ୟାନ କରାଯାଇନଥିବା କହିଛନ୍ତି ମୁଖ୍ୟ ସଚିବ । ସାରା ରାଜ୍ୟର ଆକ୍ରାନ୍ତଙ୍କ ପାଇଁ ଟ୍ୱିନ ସିଟିରେ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି । ସରକାର କେବଳ ରୋଗୀଙ୍କ ସୁରକ୍ଷା ପ୍ରତି ଧ୍ୟାନଦେଇ ବ୍ୟବସ୍ଥା କରିଛନ୍ତି । ଆବଶ୍ୟକ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଅକ୍ସିଜେନ ସପୋର୍ଟ ସହ ଆସିବାକୁ କୁହାଯାଇଛି । ଅବହେଳା ପାଇଁ ଅତୀତରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଥିବା ସେ କହିଛନ୍ତି ।
କରୋନା ମହାମାରୀ ସମଗ୍ର ରାଜ୍ୟରେ ତା କାୟା ବିସ୍ତାର କରିଚାଲିଛି । ହୁହୁ ହୋଇ ବଢିଚାଲିଛି ସଂକ୍ରମଣ ସଂଖ୍ୟା । ଆଜି ରାଜ୍ୟର ୩୦ ଜିଲ୍ଲାରୁ ୪୨୭୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୪୭୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୭୯୨ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୬୨,୯୨୦ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୬୨୯୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୬୪୭୩ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୫୭୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking