27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଯୁକ୍ତ ଦୁଇ କଳାରେ ଟପର ହୋଇଥିବା ଛାତ୍ରୀ ସମ୍ଭାବନା ସାହୁ ଙ୍କୁ ସମ୍ବର୍ଦ୍ଧନା

ଯୁକ୍ତ ଦୁଇ କଳାରେ ଟପର ହୋଇଥିବା ଛାତ୍ରୀ ସମ୍ଭାବନା ସାହୁ ଙ୍କୁ ସମ୍ବର୍ଦ୍ଧନା

ଯାଜପୁର: ଯାଜପୁର ବ୍ଲକ ଭୁବନେଶ୍ୱରପୁର ସିପିଆଇଏମ କାର୍ଯ୍ୟାଳୟ “ସାମ୍ୟଭବନ” ପରିସରରେ ଯୁକ୍ତ ଦୁଇ କଳାରେ ଟପର ହୋଇଥିବା ଛାତ୍ରୀ ସମ୍ଭାବନା ସାହୁ ଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି । ସିପିଆଇଏମ ଜିଲା କମିଟି ସଦସ୍ୟ ସୁରେଶ ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଶିକ୍ଷାବିତ ସୁରେନ୍ଦ୍ର କୁମାର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ଭାବନା ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆଦର୍ଶ ବୋଲି ମତ ଦେଇଥିଲେ । ଏଥିସହିତ ସମ୍ଭାବନା ଭବିଷ୍ୟତରେ ଜଣେ ଅଧ୍ୟାପିକା ହେବାକୁ ଲକ୍ଷ୍ୟ ରଖିଥିବା ଘଟଣା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ହେଉ ବୋଲି ସେ ମତ ଦେଇଥିଲେ । ଏହି ଅବସରରେ ସିପିଆଇଏମ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ସନ୍ତୋଷ ଦାସ ଜୁମ ଆପ ମାଧ୍ୟମରେ ସମ୍ଭାବନାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସିପିଆଇଏମ ନେତା ନିର୍ମଳ ରଥ,ଗଣେଷ ସାହୁ ପ୍ରମୁଖ ଯୋଗ ଦେଇ ସମ୍ଭାବନାଙ୍କ ସପଂଳତା ସ୍ଥାନୀୟ ଅଂଚଳ ବାସୀଙ୍କ ପାଇଁ ଗର୍ବର ବିଷୟ ବୋଲି ମତଦେଇଥିଲେ । ଏହି ଅବସରରେ ସିପିଆଇଏମ ଦଳ ପକ୍ଷରୁ ମାନପତ୍ର ଓ ନଗଦ ରାଶି କୁ ମୁଖ୍ୟ ଅତିଥି ପ୍ରଦାନ କରିଥିଲେ । ସେହିପରି ମାଧବାନନ୍ଦ ଷଡଙ୍ଗୀ ଫାଉଣ୍ଡେସନ ସମେତ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking