21.1 C
Bhubaneswar
Thursday, January 23, 2025
Homeଓଡିଶାବଢିବନି ବିଦ୍ୟୁତ୍ ଦର

ବଢିବନି ବିଦ୍ୟୁତ୍ ଦର

ଭୁବନେଶ୍ୱର : ବଢିବନି ବିଦ୍ୟୁତ ଦର । ଅପରିବର୍ତ୍ତିତ ରହିଲା ରିଟେଲ ବିଦ୍ୟୁତ ଶୁଳ୍କ । ୨୦୨୨-୨୩ ଆର୍ôଥକ ବର୍ଷ ପାଇଁ ବଢ଼ିବ ନାହିଁ ବିଦ୍ୟୁତ ଦର। ଡିଜିଟାଲ ପେମେଣ୍ଟ କଲେ ୩ ପ୍ରତିଶତ ରିହାତି ମିଳିବ । ବିଦ୍ୟୁତ ଦର ପ୍ରସଙ୍ଗରେ ଙଋଜଉ ସଚିବ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ।
ଏନେଇ ବିଦ୍ୟୁତ ଉପଭୋକ୍ତା ସଂଘର ଆବାହକ ରମେଶ ଶତପଥୀ କହିଛନ୍ତି ଯେ ଏଠି ବିଦ୍ୟୁତ ଦର ନବଢାଇବା ବଡ଼ କଥା ନୁହେଁ ।

ଏଠି ସବସିଡି ଦିଆଯାଇ ନିର୍ଦ୍ଦିଷ୍ଟ ୟୁନିଟ୍ ପର୍ଯ୍ୟନ୍ତ ଛାଡ଼ କରାଗଲା ନାହିଁ । ଦିଲ୍ଲୀ, ପଞ୍ଜାବ ରାଜ୍ୟରେ ଇଲେକ୍ଟ୍ରି ୟୁନିଟ୍‌କୁ ନେଇ ସବସିଡି ଦିଆଗଲାଣି କିନ୍ତୁ ଓଡ଼ିଶାରେ ହୋଇପାରିଲା ନାହିଁ । ଏନେଇ ବାରମ୍ବାର ବାରମ୍ବାର ଅଭିଯୋଗ କଲେବି କୌଣସି ପଦକ୍ଷେପ ନାହିଁ । ଆମ ପାଇଁ ଅନେକ ସୁବିଧା ଥାଇ ମଧ୍ୟ ରାଜ୍ୟବାସୀ ଏଥିରୁ ବଞ୍ଚିତ ହେଉଛନ୍ତି । ୫୦ ୟୁନିଟ ପର୍ୟ୍ୟନ୍ତ ବ୍ୟବହାର ପାଇଁ ୟୁନିଟ ପିଛା ୩ ଟଙ୍କା ଲେଖାଏଁ ବିଦ୍ୟୁତ ଶୁଳ୍କ ଆଦାୟ କରାଯିବ। ସେହିପରି ୫୦ରୁ ୨୦୦ ୟୁନିଟ ପାଇଁ ୟୁନିଟ ପିଛା ୪ ଟଙ୍କା ୮୦ ପଇସା, ୨୦୦ରୁ ୪୦୦ ୟୁନିଟ ପାଇଁ ୟୁନିଟ ପିଛା ୫ ଟଙ୍କା ୮୦ ପଇସା ଓ ୪୦୦ ୟୁନିଟରୁ ଅଧିକ ହେଲେ ୟୁନିଟ ପିଛା ୬ ଟଙ୍କା ୨୦ ପଇସା ଶୁଳ୍କ ଆଦାୟ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking