30.1 C
Bhubaneswar
Monday, May 6, 2024
Homeଓଡିଶାମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଏକ ନମ୍ବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଏକ ନମ୍ବର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଦେଶରେ ଏକ ନମ୍ବର ହୋଇଛନ୍ତି । ‘ନିଜ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସନ୍ତୁଷ୍ଟ’ ବର୍ଗରେ ନବୀନ ଶୀର୍ଷରେ ଅଛନ୍ତି । କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ସେ ଏହି ସଫଳତା ପାଇଛନ୍ତି । ଇଣ୍ଡିଆ ଟୁଡେ ପକ୍ଷରୁ ହୋଇଥିବା ‘ମୁଡ୍ ଅଫ୍ ଦି ନେସନ ପୋଲ୍‌’ ସର୍ଭେ ରିପୋର୍ଟରେ ତାହା ଦର୍ଶାଯାଇଛି । ରାଜ୍ୟର ୭୮% ଲୋକ ନବୀନଙ୍କ ଶାସନରେ ସନ୍ତୁଷ୍ଟ ଥିବା ପ୍ରକାଶ କରିଛନ୍ତି । ନବୀନ ତାଲିକାରେ ସର୍ବଗ୍ରେ ଥିବାବେଳେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ୬୩% ନମ୍ବର ପାଇ ଦ୍ୱିତୀୟ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ୍ ୬୧% ନମ୍ବର ପାଇ ତୃତୀୟ ସ୍ଥାନରେ ଅଛନ୍ତି । ଅନ୍ୟପକ୍ଷରେ ଲୋକପ୍ରିୟତା ଶୀର୍ଷରେ ଅଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଦ୍ୱିତୀୟ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃତୀୟ ସ୍ଥାନରେ ଅଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳ ନେତାଙ୍କ ତୁଳନାରେ ଲୋକପ୍ରିୟତାରେ ପ୍ରଥମ ସ୍ଥାନରେ ଅଛନ୍ତି । ପ୍ରଧାନମନ୍ତ୍ରୀ ପଦ ପାଇଁ ମୋଦୀଙ୍କୁ ୫୩% ଲୋକ ପସନ୍ଦ କରୁଥିଲାବେଳେ ରାହୁଲ ଗାନ୍ଧୀଙ୍କୁ ୯% ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ୭% ଲୋକ ପ୍ରଧାନମନ୍ତ୍ରୀ ଆସନରେ ଦେଖିବାକୁ ଚାହୁଁଛନ୍ତି । ଅଗଷ୍ଟ ୧ ତାରିଖରେ ନିର୍ବାଚନ ହୋଇଥିଲେ ୫୦୩ ଲୋକସଭା ଆସନ ମଧ୍ୟରୁ ଏନ୍‌ଡିଏକୁ ୩୦୭ ଆସନ, ୟୁପିଏକୁ ୧୨୫ ଓ ଅନ୍ୟ ଦଳଗୁଡ଼ିକୁ ୧୧୧ ଆସନ ମିଳିଥାନ୍ତା । ତେବେ ନୂଆ ସମୀକରଣରେ ଏନ୍‌ଡିଏକୁ ୨୮୬ ଆସନ ଓ ୟୁପିଏକୁ ୧୪୬ ଆସନ ମିଳିବ ବୋଲି ସର୍ଭେରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking