28.1 C
Bhubaneswar
Friday, April 26, 2024
Homeଓଡିଶାନୀଳାଚଳ ଇସ୍ପାତ ସମ୍ପୂର୍ଣ୍ଣ ଅଚଳ ହେଲା

ନୀଳାଚଳ ଇସ୍ପାତ ସମ୍ପୂର୍ଣ୍ଣ ଅଚଳ ହେଲା

ଯାଜପୁର : ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା  ଉଲଂଘନ କଲେ ନୀଳାଚଳ କର୍ତ୍ତୃପକ୍ଷ । ଯାଜପୁର ଜିଲ୍ଲାର କଳିଙ୍ଗନଗର  ନୀଳାଚଳ ଇସ୍ପାତ ସମ୍ପୂର୍ଣ୍ଣ ଅଚଳ ହେଲା ।ସମଗ୍ର ବିଶ୍ଵକୁ ଗ୍ରାସ କରିଥିବା  ମହାମାରୀ କୋରନା (କୋଭିଡ-୧୯) କବଳରୁ ରକ୍ଷା ପାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶନାମା ମାନି ନୀଳାଚଳର ଅଧିକାଂଶ କର୍ମଚାରୀ ଘରେ ଥିଲାବେଳେ ନୀଳାଚଳର ଭାତହାଣ୍ଡି କୁହାଯାଉଥିବା କୋକଭେନକୁ ବନ୍ଦ କରିବା କର୍ମଚାରୀ ମାରଣନୀତି ଓ ଷଡ଼ଯନ୍ତ୍ର ବୋଲି   କାଲିଙ୍ଗନଗର ବାସୀଙ୍କୁ ବ୍ୟଥିତ କରିଛି । କାଲିଙ୍ଗନଗରସ୍ଥିତ କାରଖାନା ସମ୍ପୁର୍ଣ୍ଣ ବନ୍ଦ ହେଲେ ଅର୍ଥନୈତିକ ପ୍ରଭାବ ପଡିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ଯାଜପୁର ଜିଲ୍ଲାପାଳ ।ନୀଳାଚଳ ମିଳିତ ମଞ୍ଚ ତରଫରୁ  କାରଖାନାକୁ ସମୁର୍ଣ୍ଣ ବନ୍ଦ ନକରିବାକୁ  ଜରୁରୀକାଳୀନ ହସ୍ତକ୍ଷେପ ପାଇଁ    ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।ଏସବୁ ସତ୍ତ୍ଵେ ନୀଳାଚଳ କର୍ତ୍ତୃପକ୍ଷ କୋଇଲା  ଆଣିବାର ବ୍ୟବସ୍ଥା ନକରି କାରଖାନାକୁ ସମ୍ପୁର୍ଣ୍ଣ ଅଚଳ କରିବା ବେଆଇନ ଓ ଜିଲାପାଳଙ୍କ  ନିର୍ଦ୍ଦେଶ ଉଲଂଘନ ଅଟେ ।ଏଭଳି ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟସରକାରଙ୍କ ଶ୍ରମମନ୍ତ୍ରାଳୟ ଦ୍ୱାରା ଘୋଷିତ ନିର୍ଦ୍ଦେଶ ଅନୁଯାୟୀ ୧୦ ହଜାର ପରିବାରଙ୍କ ସୁରକ୍ଷା ,ବକୟା ଦରମା ଓ  ଭତ୍ତା ତୁରନ୍ତ ପ୍ରଦାନ ପାଇଁ ସରକାର  ହସ୍ତକ୍ଷେପ କରିବାକୁ ନୀଳାଚଳ ମିଳିତ ମଞ୍ଚ ତରଫରୁ ଅନୁରୋଧ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking