27.1 C
Bhubaneswar
Friday, November 27, 2026
Homeଓଡିଶାରାଜ୍ୟର ଅନେକ ସ୍ଥାନରେ ରାତିର ତାପମାତ୍ରା ହ୍ରାସ

ରାଜ୍ୟର ଅନେକ ସ୍ଥାନରେ ରାତିର ତାପମାତ୍ରା ହ୍ରାସ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ଶୀତ ବଢିବାରେ ଲାଗିଛି। ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ଓଡ଼ିଶା ଭିତରକୁ ପ୍ରବେଶ କରୁଛି। ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ରାତିର ତାପମାତ୍ରା ଦ୍ରୁତ ହ୍ରାସ ପାଇଛି। ଆଗାମୀ ଦିନରେ ଆହୁରି ମଧ୍ୟ ପାରଦ ଖସିବାର ସମ୍ଭାବନା ରହିଛି। ଏଥିସହ କେତେକ ଅଞ୍ଚଳରେ ଘନ କୁହୁଡ଼ି ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସେପଟେ ଗୁରୁବାର ଜି.ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ଭାବେ ରେକର୍ଡ ହୋଇଛି। ଏଠାରେ ତାପମାତ୍ରା ୮.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଦାରିଙ୍ଗବାଡିରେ ୧୧. ୫ ଡିଗ୍ରୀ , ଝାରସୁଗୁଡାରେ ୧୧. ୮ ଡିଗ୍ରୀ, ଫୁଲବାଣୀରେ ୧୨ ଡିଗ୍ରୀ, କେନ୍ଦୁଝରରେ ୧୩.୪ ଡିଗ୍ରୀ, କିରେଇରେ ୧୩. ୫ ଡିଗ୍ରୀ, ରାଉରକେଲା ଓ ସେମିଳିଗୁଡା ୧୩. ୬ ଡିଗ୍ରୀ, କୋରାପୁଟ ଓ ଭବାନୀପାଟଣା ୧୪ ଡିଗ୍ରୀ, ବଲାଙ୍ଗୀରରେ ୧୪.୩ ଡିଗ୍ରୀ, ଦେବଗଡ଼ରେ ୧୪. ୪ ଡିଗ୍ରୀ, ସମ୍ବଲପୁରରେ ୧୪. ୮ ଡିଗ୍ରୀ ରେକର୍ଡ ହୋଇଛି। ଶୀତ ସହ କୁହୁଡ଼ି ମଧ୍ୟ ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଭୁବନେଶ୍ୱର ଓ କଟକ ସମେତ ଅନେକ ଅଞ୍ଚଳରେ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ଏହା ଫଳରେ ସକାଳ ସମୟରେ ଦୃଶ୍ୟମାନତା ହ୍ରାସ ପାଉଛି, ଯାହା ଯାତାୟାତକୁ ପ୍ରଭାବିତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking