23.1 C
Bhubaneswar
Friday, November 27, 2026
Homeଓଡିଶାରେଳ ଷ୍ଟେସନ୍‌ ୱେଟିଂ ହଲ୍‌ରୁ ମିଳିଲା ବୃଦ୍ଧଙ୍କ ମୃତଦେହ

ରେଳ ଷ୍ଟେସନ୍‌ ୱେଟିଂ ହଲ୍‌ରୁ ମିଳିଲା ବୃଦ୍ଧଙ୍କ ମୃତଦେହ

ବାଲେଶ୍ୱର: ବାଲେଶ୍ୱର ରେଳ ଷ୍ଟେସନ୍‌ର ନନ୍‌-ଏସି ୱେଟିଂ ହଲ୍‌ରୁ ଜଣେ ୬୭ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ମିଳିଛି। ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ଭାବେ ଜଣାପଡ଼ିଛି। ମୃତ ବ୍ୟକ୍ତିଙ୍କ ନାଁ ଅଶୋକ କୁମାର ପାତ୍ର। ତାଙ୍କ ଘର ବାଲେଶ୍ୱରରେ ବୋଲି ସୂଚନା ମିଳିଛି।ସୂଚନା ଅନୁସାରେ, ଗତକାଲିଠାରୁ ଆଜି ସକାଳ ୮ଟା ପର୍ଯ୍ୟନ୍ତ ଅଶୋକଙ୍କ ନାଁରେ ୱେଟିଂ ହଲ୍‌ର ରୁମ୍‌ ବୁକ୍‌ ହୋଇଥିଲା। ହେଲେ ସକାଳେ ନିର୍ଦ୍ଧାରିତ ସମୟ ଗଡ଼ିଯିବା ପରେ ମଧ୍ୟ କବାଟ ଖୋଲି ନଥିଲା। ରେଳ କର୍ମଚାରୀ ବାରମ୍ବାର କବାଟ ବାଡ଼େଇଥିଲେ ମଧ୍ୟ ଭିତରୁ କୌଣସି ଉତ୍ତର ମିଳିନଥିଲା। ଏହାକୁ ନେଇ ସନ୍ଦେହ ବଢ଼ିବାରୁ ରେଳବାଇ ପୁଲିସକୁ ଖବର ଦିଆଯାଇଥିଲା।

ପରେ ରେଳ କର୍ମଚାରୀ ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ କବାଟ ଭଙ୍ଗାଯାଇଥିଲା। ଭିତରେ ଅଶୋକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। ସେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ଭାବେ ଜଣାପଡ଼ିଛି।ଅଶୋକ କୁମାର ପାତ୍ର କୌଣସି ଏକ କମ୍ପାନୀରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିବା ସୂଚନା ମିଳିଛି। ତେବେ ସେ କେଉଁ କାରଣରୁ ଏଭଳି ଚରମ ପଦକ୍ଷେପ ନେଲେ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ରେଳବାଇ ପୁଲିସ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking