21.1 C
Bhubaneswar
Friday, November 27, 2026
Homeଓଡିଶାମହାପ୍ରଭୁଙ୍କ ଦର୍ଶନ କଲେ ଅଫତାବ: ନେଲେ ମହାପ୍ରସାଦ

ମହାପ୍ରଭୁଙ୍କ ଦର୍ଶନ କଲେ ଅଫତାବ: ନେଲେ ମହାପ୍ରସାଦ

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଭାବବିହ୍ୱଳ ହେଲେ ବଲିଉଡ୍‌ ଅଭିନେତା ତଥା ପ୍ରଯୋଜକ ଅଫତାବ ଶିବଦାଶନି। ପ୍ରଥମ ଥର ପାଇଁ ଶ୍ରୀମନ୍ଦିରକୁ ଆସି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ଦର୍ଶନ କରିବା ପରେ ନିଜ ଅନୁଭୂତି ବଖାଣିଛନ୍ତି ଅଫତାବ। ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆଜି ସକାଳେ ଶ୍ରୀକ୍ଷେତ୍ର ଆସିଥିଲେ । ସେବାୟତ ତାଙ୍କୁ ଶ୍ରୀମନ୍ଦିର ସିଂହ ଦ୍ଵାର ନିକଟରେ ସ୍ୱାଗତ କରିଥିଲେ । ଅଫତାବ ପ୍ରଥମେ ସିଂହଦ୍ଵାର ଗୁମୁଟରେ ଥିବା ପ୍ରଭୁ ପତିତପାବନଙ୍କୁ ଦର୍ଶନ କରିଥିଲେ । ପରେ ଶ୍ରୀମନ୍ଦିର ଭିତରକୁ ଯାଇ ରତ୍ନ ସିଂହାସନରେ ବିରାଜିତ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରି ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିଥଲେ । ଅଫତାବଙ୍କୁ ଦେଖିବାକୁ ଓ ତାଙ୍କ ସହ ସେଲ୍ଡି ନେବାକୁ ଫ୍ୟାନଙ୍କ ବେଶ୍ ଭିଡ ଦେଖିବାକୁ ମିଳିଥିଲା । ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରିବା ବେଳେ ଅଫତାବ ମହାପ୍ରଭୁଙ୍କ ମହାପ୍ରସାଦ ସାଥିରେ ନେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking