23.1 C
Bhubaneswar
Friday, November 27, 2026
Homeଓଡିଶାବାଲିଯାତ୍ରାରେ ଦୋଳିରୁ ପଡ଼ି ଯୁବକଙ୍କ ମୃତ୍ୟୁ: ଡବଲ ଇଞ୍ଜିନ ସରକାରଙ୍କ ଅପାରଗତା ଲାଗି ଐତିହାସିକ ବାଲିଯାତ୍ରା...

ବାଲିଯାତ୍ରାରେ ଦୋଳିରୁ ପଡ଼ି ଯୁବକଙ୍କ ମୃତ୍ୟୁ: ଡବଲ ଇଞ୍ଜିନ ସରକାରଙ୍କ ଅପାରଗତା ଲାଗି ଐତିହାସିକ ବାଲିଯାତ୍ରା ମୃତ୍ୟୁର ଯନ୍ତା ପାଲଟିଛି: ବିଜେଡି

ଭୁବନେଶ୍ୱର : କଟକର ଐତିହାସିକ ବାଲିଯାତ୍ରା ପରିଚାଳନାରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ପ୍ରତି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ଏହି ଐତିହାସିକ ବାଲିଯାତ୍ରା ଆନନ୍ଦ ଓ ଗୌରବର ଉତ୍ସ, କିନ୍ତୁ ସରକାରଙ୍କ ତ୍ରୁଟିପୂର୍ଣ୍ଣ ପରିଚାଳନା ପାଇଁ ଏହି ଉତ୍ସ ଆଜି ମରଣଯନ୍ତା ପାଲଟିଥିବା କହି ସରକାରଙ୍କୁ ତାତ୍ସଲ୍ୟ କରିଛି ବିଜେଡି ।ଆଜି ଏକ ପ୍ରେସ ବିବୃତି ମାଧ୍ୟମରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ବାଲିଯାତ୍ରାରେ ଦର୍ଶକଙ୍କ ମୃତୁ୍ୟ ହେବା ଅତ୍ୟନ୍ତ ଦୁଃଖଦାୟକ । ସୁରକ୍ଷା ବ୍ୟବସ୍ଥାରେ ବିଫଳତା ଓ ଯଥାର୍ଥ ପ୍ରସ୍ତୁତି ଅଭାବରୁ ଏହି ଅକାଳ ମୃତୁ୍ୟ ଘଟିଛି । ଏହି ମୃତୁ୍ୟ ପାଇଁ ସରକାର ଦାୟୀ । ଜରୁରୀ ପରିସ୍ଥିତିରେ ଚିକିତ୍ସା ଉପଲବ୍ଧ କରାଇବାରେ ସରକାର ବିଫଳ ହୋଇଛନ୍ତି । ଏହା ସାଧାରଣ ଲୋକଙ୍କ ଜୀବନ ପ୍ରତି ଘୋର ଅବହେଳାର ସ୍ପଷ୍ଟ ପରିଚୟ । ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥାରେ ଅବହେଳା ଯୋଗୁଁ ଦର୍ଶକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଦର୍ଶକ ମାନଙ୍କୁ ଲମ୍ୱା ଧାଡ଼ିରେ ଠିଆ କରାଇ ଭିଭିଆଇପି ଓ ଭିଆଇପିଙ୍କୁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦେଉଛନ୍ତି ସରକାର । ଡବଲ ଇଞ୍ଜିନ ସରକାର ଦର୍ଶକଙ୍କ ସୁରକ୍ଷାକୁ ଜଳାଞ୍ଜଳି ଦେଇ ଭିଭିଆଇପି ଓ ଭିଆଇପିଙ୍କୁ ଅଗ୍ରାଧିକାର ଦେଉଛନ୍ତି । ବାଲିଯାତ୍ରା ଭଳି ଐତିହାସିକ ଉତ୍ସବକୁ ସରକାର ଏଭଳି ଅଯୋଗ୍ୟ ପରିଚାଳନା ଦ୍ୱାରା କଳଙ୍କିତ କରିବା ଲଜ୍ଜାଜନକ ଓ ନିନ୍ଦନୀୟ ।

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ଦୋଳିରୁ ପଡ଼ି ଯୁବକଙ୍କ ମୃତୁ୍ୟ ଘଟଣାର ନିରପେକ୍ଷ ତଦନ୍ତ କରାଯିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଉ । ଆମ୍ୱୁଲାନ୍ସ ଓ ଜରୁରୀ ଚିକିତ୍ସା ବ୍ୟବସ୍ଥାର ବିଫଳତା ପାଇଁ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଭିଡ଼ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ । ସାଧାରଣ ଲୋକଙ୍କ ପାଇଁ ସମାନ ସୁବିଧା ସୁନିଶ୍ଚିତ କରାଯିବ ସହ ଭିଆଇପି ଭେଦଭାବ ବନ୍ଦ କରାଯାଉ । ଐତିହାସିକ ବାଲିଯାତ୍ରାକୁ ଆସୁଥିବା ପ୍ରତିଟି ଦର୍ଶକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ ନିର୍ବାହ କରନ୍ତୁ । ସରକାର ଯଦି ଏହି ବିଫଳତା ପାଇଁ ଦାୟିତ୍ୱ ନେବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ଲୋକଙ୍କ କ୍ରୋଧର ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ । ଦର୍ଶକଙ୍କ ସ୍ୱାର୍ଥକୁ ଭୁଲି ସରକାର ଯଦି ଭିଭିଆଇପି ଓ ଭିଆଇପିଙ୍କୁ ପ୍ରାଧାନ୍ୟ ଦେବେ, ତେବେ ଏହା ବିରୋଧରେ ବିଜୁ ଜନତା ଦଳ ସ୍ୱର ଉତ୍ତୋଳନ କରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking