27.1 C
Bhubaneswar
Thursday, April 25, 2024
Homeଓଡିଶାଟ୍ୱିନ ସିଟିରେ ୧୨ ଘଣ୍ଟିଆ କର୍ଫ୍ୟୁ ବଳବତ୍ତର

ଟ୍ୱିନ ସିଟିରେ ୧୨ ଘଣ୍ଟିଆ କର୍ଫ୍ୟୁ ବଳବତ୍ତର

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଲକ ଡାଉନ ଶେଷ ହେବା ପରେ ଏବେ ସମଗ୍ର ଦେଶ ତଥା ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ଲକ ଡାଉନ ଆରମ୍ଭ ହୋଇଯାଇଛି । ଚତୁର୍ଥ ପର୍ଯ୍ୟାୟରେ ଲକ ଡାଉନ କୁ ବି କୋହଳ କରାଯାଇଛି । ମାତ୍ର ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁକୁ ପୁର୍ବ ଭଳି ବଳବତ୍ତର ରଖାଯାଇଛି । ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ଏହାକୁ କଡାକଡି ପାଳନ କରାଯିବ ବୋଲି ସୂଚନା ମିଳିଛି । ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ଘରୁ ବାହାରିବା ସଂପୂର୍ଣ୍ଣ ରୂପେ ମନା । ତେବେ ଅତ୍ୟାବଶ୍ୟକୀୟ ସେବା କ୍ଷେତ୍ରରେ କଟକଣା କୋହଳ କରାଯାଇଛି । ଏହି କଟକଣା ଆସନ୍ତା ମେ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking