28.1 C
Bhubaneswar
Friday, April 26, 2024
Homeଅପରାଧମଦ ପାଇଁ ବଳି ପଡିଲା ପୁଅ, ପଢନ୍ତୁ ପୂରା ଘଟଣା

ମଦ ପାଇଁ ବଳି ପଡିଲା ପୁଅ, ପଢନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ ଜିଲ୍ଲାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ମଦ ପିଇବାକୁ ନେଇ ଜଣେ ୬୦ ବର୍ଷର ବୃଦ୍ଧ ନିଜ ପୁଅକୁ ଗୁଳି କରି ହତ୍ୟା କରିଥିବା ଖବର ଆସିଛି । ଯାହା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି । ଅଭିଯୁକ୍ତଙ୍କ ନାମ ଓମପାଲ୍ ସିଂ ବୋଲି ଜଣାପଡିଛି । ଏହି ବ୍ୟକ୍ତି ଜଣକ ୩୩ ବର୍ଷ ପୂର୍ବରୁ ନିଜ ମା’ଙ୍କର ବି ହତ୍ୟା କରିଥିବା ସୂଚନା ମିଳିଛି । ଓମପାଲ ମଦ ପିଉଥିଲେ । ଯାହାକୁ ବନ୍ଦ କରିବାକୁ କହିଥିଲା ପୁଅ । ଫଳ ସ୍ୱରୂପ ସେ ଉତ୍ତ୍ୟକ୍ତ ହୋଇ ତାକୁ ଗୁଳିମାରି ଦେଇଥିଲା ।
ପୋଲିସର କହିବା ମୁତାବକ, ଓମପାଲ ଘରେ ମଦ ପିଉଥିଲା । ଏହା ଦେଖି ତାଙ୍କ ସ୍ତ୍ରୀ ମନା କରିଥିଲେ । ଯେଉଁଥିପାଇଁ ସେ ରାଗି ଯାଇଥିଲା । ପରେ ତାଙ୍କ ସ୍ତ୍ରୀ ସହ ଝଗଡା କରିବାକୁ ଲାଗିଥିଲା । ଆଉ ଏହାପରେ ଯେତେବେଳେ ତାଙ୍କର ୨୮ ବର୍ଷୀୟ ପୁଅ ଆସି ମଦ ପିଇବାକୁ ବାରଣ କରିଥିଲା, ସେତେବେଳେ ସେ ନିଜର ଲାଇସେନ୍ସପ୍ରାପ୍ତ ବନ୍ଧୁକ ଆଣି ପୁଅ ବଲବୀର ସିଂଙ୍କୁ ଗୁଳି ମାରିଦେଇଥିଲା । ଘଟଣାସ୍ଥଳରେ ହିଁ ପୁଅ ବଲବୀର ସିଂର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଓମପାଲକୁ ଗିରଫ କରିଥିବା ସୂଚନା ମିଳିଛି । ତେବେ ପୂର୍ବରୁ ମଧ୍ୟ ଅର୍ଥାତ ୩୩ ବର୍ଷ ପୂର୍ବରୁ ଓମପାଲ୍ ତାଙ୍କ ମା’ ମଜ ପିଇବାକୁ ରୋକିବାରୁ ତାକୁ ବି ଗୁଳି କରି ମାରିଦେଇଥିଲା । ସେତେବେଳେ ବି ପୋଲିସ ତାକୁ ଗିରଫ କରିଥିଲା । ବୃତ୍ତିରେ ସେ ଜଣେ ପ୍ରପର୍ଟି ଡିଲର । ପୁଅ ବଲବୀର ଛଡା ଓମପାଲର ଦୁଇ ଝିଅ ଓ ଆଉ ଜଣେ ପୁଅ ବି ଅଛି । ବର୍ତମାନ ପୋଲିସ ତାକୁ ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚୁରା କରୁଛି । ତେବେ ନୋଏଡାରୁ ସେ ନିଜ ବନ୍ଧୁକର ଲାଇସେନ୍ସ କରାଇଥିଲା ବୋଲି ପୋଲିସ କହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking