35.1 C
Bhubaneswar
Tuesday, April 23, 2024
Homeଓଡିଶା‘ଅମ୍ଫନ’ ପ୍ରଭାବରେ ୫ ଜିଲ୍ଲାରେ ପ୍ରବଳ ବର୍ଷା

‘ଅମ୍ଫନ’ ପ୍ରଭାବରେ ୫ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ମାହାବାତ୍ୟା ‘ଅମ୍ଫନ’ ପ୍ରଭାବରେ ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମହାବାତ୍ୟା ସମୁଦ୍ରରେ ରହି ଉପକୂଳ ଛୁଇଁଲା ବେଳକୁ ପ୍ରଭାବ କମିବ । ଉପକୂଳ ଛୁଇଁଲା ବେଳକୁ ମହାବାତ୍ୟା ‘ଭୀଷଣ ବାତ୍ୟା’ ହୋଇଥିବ । ଏହାର ପ୍ରଭାବରେ ଆଜି ସନ୍ଧ୍ୟାରୁ ଦକ୍ଷିଣ, ଉପକୂଳ ଓଡିଶାରେ ବର୍ଷା ଆରମ୍ଭ ହୋଇଯିବ । ତେବେ ୧୯ ତାରିଖ ଦିନ ତମାମ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବ । ପରେ ୨୦ ତାରଖରେ ୫ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୁରଭଂଜ ଜିଲ୍ଲାରେ ଭୀଷଣ ବର୍ଷା ହେବ ବୋଲି ସୂଚନା ମିଳିଛି । ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ୧୫୫ ରୁ ୧୮୫ କିମି ରହିବ ବୋଲି ଅନୁମାନ ମଧ୍ୟ କରାଯାଉଛି । ଉପକୂଳ ଅଂଚଳରେ ବହୁମାତ୍ରାରେ କଚ୍ଚା ଘର ଭାଙ୍ଗିବ ଓ ଗଛ ଉପୁଡିବ ବୋଲି ସୂଚନା ମିଳିଛି । ଏହାବାଦ ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ସହ ରେଳ ଲାଇନ ମଧ୍ୟ ପ୍ରଭାବିତ ହୋଇପାରେ । ପୂର୍ବର ବୁଲବୁଲ୍ ବାତ୍ୟା ଠାରୁ ଏହାର ପ୍ରଭାବ ଅଧିକ ରହିବ ବୋଲି ଆକଳନ କରାଯାଉଛି । ଏନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ ସୂଚନା ପ୍ରଦାନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking