36.1 C
Bhubaneswar
Saturday, May 4, 2024
Homeକରୋନା ଓଡିଶାନବରଙ୍ଗପୁରରେ ନାଇଟ କର୍ଫ୍ୟୁ

ନବରଙ୍ଗପୁରରେ ନାଇଟ କର୍ଫ୍ୟୁ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ନବରଙ୍ଗପୁର ଜିଲ୍ଲାରେ ନାଇଟ କର୍ଫ୍ୟୁ ନେଇ ଘୋଷଣା ହୋଇଛି । ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଗୁ ହେବ ନାଇଟ କର୍ଫ୍ୟୁ । ନାଇଟ କର୍ଫ୍ୟୁ ସହ ଆଉ କିଛି କଟକଣା ଲଗାଇଛନ୍ତି ଜିଲ୍ଲାପାଳ । ଘରୋଇ ଓ ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହେବା ମନା କରାଯାଇଛି । ଜରୁରୀ ନଥିବା ସେମିନାର, ୱାର୍କ ସପ, କନଫରେନ୍ସ ବାତିଲ କରାଯାଇଛି । ଗହଳି ହେଉଥିବା ଧାର୍ମିକ କାର୍ଯ୍ୟକ୍ରମ, ବାହାଘର ରିସେପସନ ମଧ୍ୟ ବନ୍ଦ କରାଯାଇଛି । ବାହାଘର ବରଯାତ୍ରୀ, ଶୋଭାଯାତ୍ରା, ଅପେରା ଉପରେ ରୋକ ଲଗାଯାଇଛି । ସେହିଭଲି ରାଜନୈତିକ ଶୋଭାଯାତ୍ରା, ଆନ୍ଦୋଳନ ଉପରେ ବି ରୋକ ଲାଗିଛି । କଲ୍ୟାଣ ମଣ୍ଡପରେ ଗହଳି ସମ୍ଭାବନା ଥିବା କାର୍ଯ୍ୟକ୍ରମକୁ ଅନୁମତି ମିଲିବ ନାହିଁ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, ନବରଙ୍ଗପୁର ପୂର୍ବରୁ ମାଲକାନଗିରିରେ ନାଇଟ କର୍ଫ୍ୟୁ ଘୋଷଣା ହୋଇଥିଲା । ମାର୍ଚ୍ଚ ୨୩ ତାରିଖରୁ ୩୧ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଘୋଷଣା ହୋଇଛି । ଦୈନିକ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ରହିବ । ୩୧ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ରହିବ । ନାଇଟ କର୍ଫ୍ୟୁ ଲାଗୁ ହେବା ନେଇ ମାଲକାନଗିରି ଜିଲ୍ଲାପାଳ ଘୋଷଣା କରିଛନ୍ତି । ଦୀର୍ଘ ଦିନ ପରେ ରାଜ୍ୟରେ ପୁଣି ନାଇଟ କର୍ଫ୍ୟୁ ଫେରିଛି । ମାଲକାନଗିରିରୁ ଏହା ଆରମ୍ଭ ହୋଇଛି । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ମାଲକାନଗିରିରେ କରୋନା କଟକଣା କଡାକଡି ହୋଇଛି । ଏଣିକି ବାହାର ରାଜ୍ୟରୁ ମାଲକାନିଗିରି ଆସିଲେ ୭ ଦିନ ଆଇସୋଲେସନରେ ରହିବାକୁ ହେବ । ୭ ଦିନ ବାଧ୍ୟତାମୂଳକ ଭାବେ ହୋମ ଆଇସୋଲେସନରେ ରହିବେ । ଅଙ୍ଗନବାଡି କର୍ମୀ, ସରପଂଚ ଆଗନ୍ତୁକଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ବାହାରକୁ ଗଲେ ନୋଡାଲ ଅଫିସରଙ୍କ ଅନୁମତି ନେବାକୁ ପଡିବ । ଦଶାହ କର୍ମ, ବାହାଘର ଓ ଭୋଜିରେ ୨ ଶହ ଲୋକଙ୍କୁ ଅନୁମତି ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking