27.1 C
Bhubaneswar
Thursday, April 25, 2024
Homeଓଡିଶାଗୋଟିଏ ଗାଁରୁ ବାହାରିଲେ ୨୯ ପଜିଟିଭ

ଗୋଟିଏ ଗାଁରୁ ବାହାରିଲେ ୨୯ ପଜିଟିଭ

ନୂଆପଡା: ଚିନ୍ତା ବଢାଇଲା ନୂଆପଡା ଜିଲ୍ଲାରେ କୋଭିଡ ସଂକ୍ରମଣ । ସିନାପାଲି ବ୍ଲକର ଗୋଟିଏ ଗାଁରୁ ୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗାଁରୁ ନିଆଯାଇଥିବା ମୋଟ ୫୬ ସାମ୍ପଲ ମଧ୍ୟରୁ ୨୯ ଜଣ ପଜିଟିଭ ବାହାରିଛନ୍ତି । ୨୯ ଜଣ ପଜିଟିଭ ଚିହ୍ନଟ ନେଇ ସିନାପାଲୀ ବିଡିଓ ସୂଚନା ପ୍ରଦାନ କରିଛନ୍ତି । ତେବେ ଗାଁଟି ଛତିଶଗଡ ସୀମାକୁ ଲାଗିଥିବାରୁ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି । ତେବେ ୨୯ ଜଣ ପଜିଟିଭ ଚିହ୍ନଟ ପରେ ପଦକ୍ଷେପ ସଂପର୍କରେ ବିଡିଓ ସୂଚନା ଦେଇଛନ୍ତି । ଗାଁ ସମସ୍ତ ଲୋକଙ୍କ ସାମ୍ପଲ ଟେଷ୍ଟ କରାଯିବାକୁ ନିଷ୍ପତ୍ତି ହୋଇଛି । ଗାଁର ଦୁଇ ପ୍ରବେଶ ପଥରେ ପୋଲିସ ମୁତୟନ କରାଯାଇଛି । ଆସନ୍ତାକାଲି ହେବାକୁ ଥିବା ସାପ୍ତାହିକ ହାଟ ମଧ୍ୟ ସରପଂଚ ବନ୍ଦ କରିଛନ୍ତି । ଏହାଛଡା ଗାଁରେ ହେବାକୁ ଥିବା ୨ଟି ବାହାଘର ଉତ୍ସବ ମଧ୍ୟ ବନ୍ଦ କରାଯାଇଛି । ବର୍ତମାନ କରୋନା ମହମାରୀ କଡ ଲେଉଟାଇବା ସ୍ୱରୂପ ସଂକ୍ରମଣ ପୁଣି ବଢିବାରେ ଲାଗିଛି । ଏଥିପାଇଁ ରାଜ୍ୟ ସରକାର ତପ୍ତର ହେବା ସହ କରୋନା କଟକଣା କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ପିନ୍ଧିବା, ହାତ ସାନିଟାଇଜ କରିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ଦୃଷ୍ଟି ଦେବା ସହ ଗହଳି ଏଡାଇବାକୁ ପରାମର୍ଶ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking