ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂକମ୍ପ। ରେକ୍ଟର ସ୍କେଲରେ ତୀବ୍ରତା ରହିଛି ୭.୧।ଭୂମିକମ୍ପ ପରେ ଭୟଭୀତ ହୋଇଛନ୍ତି ଲୋକେ। ନ୍ୟୁଜିଲାଣ୍ଡର କେରମାଡେକ୍ ଦ୍ୱୀପ୍ପୁଞ୍ଜ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ୟୁନାଇଟେଡ୍ ଷ୍ଟେଟସ ଜିଓଲୋଜିକାଲ ସର୍ଭେ ଅନୁସାରେ ଭୂପୃଷ୍ଠରୁ ୧୦ କିଲୋମିଟର ତଳେ ସଂଘଟିତ ହୋଇଥିଲା ଭୂକମ୍ପ।ଏହି ଶକ୍ତିଶାଳୀ ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି । ଭୂମିକମ୍ପ ଅନୁଭୂତ ପରେ ସ୍ଥାନୀୟ ଅଞ୍ଚଳରେ ସୁନାମୀ ସତର୍କତା ଜାରି କରାଯାଇଛି । କେରମାଡେକ୍ ଦ୍ବୀପର ୩୦୦ କିଲୋମିଟର ପରିସୀମା ମଧ୍ୟରେ ସୁନାମୀ ଆଲର୍ଟ ଜାରି କରିଛି ସ୍ଥାନୀୟ ପ୍ରଶାସନ ।