ଇସ୍ପାତ, ଖଣି ବିଭାଗରେ ୬୫ ଅଧିକାରୀଙ୍କୁ ନୂଆ ନିଯୁକ୍ତି
ଭୁବନେଶ୍ୱର: ରାଜ୍ୟରେ ନିଯୁକ୍ତି ପକ୍ରିୟାରେ ହୋଇଛି ବୈପ୍ଲବିକ ପରିବର୍ତ୍ତନ । ପ୍ରତିଟି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଯୁବ ଓ ଦକ୍ଷ କର୍ମଚାରୀ । ସେଥିପାଇଁ ନବନିଯୁକ୍ତ ଅଧିକାରୀମାନେ ନ୍ୟାୟପୂର୍ଣ୍ଣ ଭାବରେ କାର୍ଯ୍ୟ କରିବା ଦରକାର । ନିଷ୍ଠା, ସଚ୍ଚୋଟତା ସହିତ ଲୋକଙ୍କ ହିତରେ ନିଜକୁ ନିୟୋଜିତ କଲେ ତାର ସୁଫଳ ତୃଣମୂଳ ସ୍ତରରେ ସାଧରଣ ଲୋକେ ପାଇପରିବେ । ଏହି ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଗୁରୁବାର ଇସ୍ପାତ ଓ ଖଣି ବିଭାଗ ଅଧିନସ୍ଥ ଓଡ଼ିଶା ମିନେରାଲ୍ ଆଡମିନିଷ୍ଟ୍ରେଟିଭ୍ ସର୍ଭିସେସ୍, ଓଡିଶା ଜିଓଲୋଜିକାଲ୍ ସର୍ଭିସ୍ ଏବଂ ଓଡିଶା ସବୋର୍ଡିନେଟ୍ ମିନେରାଲ୍ ଆଡ୍ମିନିଷ୍ଟ୍ରେଟିଭ୍ ସର୍ଭିସର ୬୫ ଅଧିକାରୀଙ୍କୁ ନୂଆ ନିଯୁକ୍ତି ମିଳିଛି । ଏନେଇ ହୋଇଥିବା ପ୍ରଶୀକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ରେ ଯୋଗଦେଇ କହିଛନ୍ତି ଯେ, ଓଡ଼ିଶା ସରକାର ‘୫-ଟି’ ଓ ‘ମୋ ସରକାର’ ଭଳି ପଦକ୍ଷେପ ମାଧ୍ୟମରେ ଲୋକଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ କରୁଛନ୍ତି । ପ୍ରତ୍ୟେକ କ୍ଷେତ୍ରରେ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରାଯାଉଛି । ତେଣୁ
ଇସ୍ପାତ ଓ ଖଣି ବିଭାଗରେ ନୂଆ ନିଯୁକ୍ତି ପାଇଥିବା ଅଧିକାରୀମାନେ ଏଥିପ୍ରତି ଗୁରୁତ୍ୱ ଦେବେ ।
ପ୍ରତିଟି ଅଧିକାରୀଙ୍କର ନିଜର କାର୍ଯ୍ୟଶୈଳୀ ଓ ରଣନୀତି ରହିଛି । ସେହି ରଣନୀତି ଯେତେ ଚମତ୍କାର ଓ ଅଭିନବ ହେବ, ସେ ସେତେ ସଫଳତା ପାଇବ । ସରକାର ବି ଲୋକାମିମୁଖୀ ହେବ । ପ୍ରକୃତ ସଫଳତା ଲୋକଙ୍କ ପାଖକୁ ଯାଇପାରିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଖଣି ଓ ଇସ୍ୱାତ କ୍ଷେତ୍ରରେ ଓଡ଼ିଶା ଦେଶର ଏକ ଅଗ୍ରଗଣ୍ୟ ରାଜ୍ୟ ହୋଇଥିବାର ନବନିଯୁକ୍ତ ଅଧିକାରୀଙ୍କ କାର୍ଯ୍ୟ ଧ ଦାୟିତ୍ୱ ଅନେକ ବୋଲଇ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ୫-ଟି ସଚିବ ଭିକେ ପାଣ୍ଡିଆନ ପରିଚାଳନା କରିଥିଲେ । ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡି କେ ସିଂହ ସ୍ୱାଗତ ଭାଷଣ ଦେବା ସହ ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।