ଭୁବନେଶ୍ୱର : ବିଧାନସଭାରେ ପୋଲାଭରମ ପ୍ରକଳ୍ପକୁ ନେଇ ବିଜେଡି ହଚ୍ଚଗୋଳ କରିଥିଲା । ଗୃହର ମଧ୍ୟ ଭାଗକୁ ଆସି ବିଜେଡି ବିଧାୟକ ହଙ୍ଗାମା କରିଥିଲେ । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କରିଛନ୍ତି । ସେପଟେ ଆଜି ବି କଂଗ୍ରେସ ବିଧାୟକ ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି । ପ୍ରଶ୍ନକାଳକୁ ବୟକଟ କରିଛି କଂଗ୍ରେସ । ତାରାଙ୍କ ଉପରୁ ନିଲମ୍ବନ ହଟାଇବାକୁ ଦାବି କରିଛନ୍ତି । ହାତରେ କଳାପଟି ବାନ୍ଧି ଧାରଣାରେ କଂଗ୍ରେସ ବିଧାୟକ ବସିଛନ୍ତି ।