29.1 C
Bhubaneswar
Tuesday, March 17, 2026
Homeଓଡିଶାକବି ରମାକାନ୍ତ ରଥଙ୍କ ବିୟୋଗରେ ନବୀନ ପଟନାୟକଙ୍କ ଶୋକ

କବି ରମାକାନ୍ତ ରଥଙ୍କ ବିୟୋଗରେ ନବୀନ ପଟନାୟକଙ୍କ ଶୋକ

ଭୁବନେଶ୍ୱର: ଯଶସ୍ବୀ ସାହିତ୍ୟ ସାଧକ କବି ରମାକାନ୍ତ ରଥଙ୍କ ବିୟୋଗ ରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ ରମାକାନ୍ତ ରଥ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ପଟନାୟକ କହିଛନ୍ତି ଯେ ପଦ୍ମଭୂଷଣ ସ୍ଵର୍ଗତ ରଥ ଭାରତୀୟ ସାହିତ୍ୟ ଜଗତ ର ଜଣେ ସଫଳ ସ୍ରଷ୍ଟା ଥିଲେ। ତାଙ୍କର ସୃଷ୍ଟି ସମ୍ଭାର ତାଙ୍କ ପାଇଁ ଅନେକ ଯଶ ଓ ସମ୍ମାନ ଆଣିଦେଇଥିଲା।
ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟ ପାଇଁ ସେ ସବୁବେଳେ ପ୍ରେରଣା ର ଉତ୍ସ ହୋଇ ରହିବେ ବୋଲି ଶ୍ରୀ ପଟନାୟକ ତାଙ୍କ ଶୋକବାର୍ତ୍ତା ରେ କହିଛନ୍ତି. ଜଣେ ବିଜ୍ଞ ତଥା ଦକ୍ଷ ପ୍ରଶାସକ ଭାବରେ ମଧ୍ୟ ସ୍ବର୍ଗତ ରଥଙ୍କ ର ବିଶେଷ ସୁନାମ ରହିଥିଲା ତାଙ୍କର ବିୟୋଗ ସାହିତ୍ୟ ଜଗତ ରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ଶ୍ରୀ ପଟନାୟକ କହିଛନ୍ତି। ସ୍ବର୍ଗତ ରଥ ଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ବିରୋଧୀ ଦଳ ନେତା ଶ୍ରୀ ପଟନାୟକ ଗଭୀର ସମବେଦନା ଜଣେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking