ଭୁବନେଶ୍ୱର: ସିଏମଓରୁ ଫାଇଲ ଗାଏବ ହେବାକୁ ନେଇ ପାଲଟା ଅଭିଯୋଗ । ବିଜେପିକୁ ଦାୟୀ କଲା ବିଜେଡି । ଦୁଇ ବର୍ଷ ହେଲା ସରକାର କାହିଁକି ଚୁପ ବସିଥିଲେ ବୋଲି ପ୍ରଶ୍ନ କରିଛି ଦଳ । ହଜିଛି ନା ବି ବିଜେପି ତାକୁ ହଜାଇ ଦେଇଛି ବୋଲି ପାଲଟା ଅଭିଯୋଗ କରିଛନ୍ତି ବିଜେଡି ନେତା ମୁନ୍ନା ଖାନ । ସେହିଭଳି କଂଗ୍ରେସ ବି ବିଜେପି ସରକାରଙ୍କୁ ନିଶାନା କରିଛି । ତୃତୀୟ ମହଲା କଡା ସୁରକ୍ଷା ଭିତରେ ଥାଏ । କିନ୍ତୁ ଫାଇଲ କେମିତି ଗାଏବ ହୋଇଗଲା ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡାମ ।










