28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶବିହାରରେ ନୂଆ ସରକାର ,ଶପଥ ନେଲେ ନୀତିଶ କୁମାର

ବିହାରରେ ନୂଆ ସରକାର ,ଶପଥ ନେଲେ ନୀତିଶ କୁମାର

ବିହାର: ବିହାରରେ ନୂଆ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର ।୮ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତନୀତିଶ । ପାଟନାର ରାଜଭବନ ଠାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ କାର୍ଯ୍ୟକ୍ରମରେନିତୀଶ ଶପଥ ନେଇଛନ୍ତି । ଏହାପରେ ମନ୍ତ୍ରୀ ମଣ୍ଡଳରେ ମଧ୍ୟ ଖୁବ ଶୀଘ୍ର ପରିବର୍ତ୍ତନ ହେବ ।

ସୂଚନା ଅନୁସାରେ, ଗତ କଲି ବିଜେପି ସହିତ ଜେଡିୟୁ ତାର ମେଣ୍ଟ ଭାଙ୍ଗି ଥିଲା ଏହାପରେ ଆରଜେଡି ଓ କଂଗ୍ରେସ ସହ ମିଶି ସରକାର ଗଢ଼ିଛି ଜେଡିୟୁ । ବିହାରରେ ନୀତୀଶ କୁମାର ହେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ନୀତୀଶ କୁମାରଙ୍କଠାରୁ ତେଜସ୍ୱୀ ଗୃହ ବିଭାଗ ଏବଂ ବାଚସ୍ପତି ଦାବି କରିଛନ୍ତି । ସୂଚନାନୁସାରେ, ମହାଗଠବନ୍ଧନରେ ହୋଇଥିବା ଚୁକ୍ତି ଅନୁଯାୟୀ ନୀତୀଶ କୁମାର କେବଳ ୮-୧୦ ମାସ ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବେ । ଏହା ପରେ ସେ ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ। ଏହା ପୂର୍ବରୁ ୨୦୦୦ ରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନୀତିଶ । ୨୦୦୫ ରେ ଦ୍ଵିତୀୟ ଏହି ଭଳି ଭାବେ ୮ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ । ଏତେ ଥର ଶପଥ ନେବା ଭିତରେ ନୀତିଶ ପ୍ରଥମ । ନୀତିଶଙ୍କ ସହ ଉପ ମୁଖ୍ୟ ମନ୍ତ୍ରୀ ଭାବେ ତେଜସ୍ୱୀ ଶପଥ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking