କଳାହାଣ୍ଡି : କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ମଧ୍ୟରେ ଅନେକ ବର୍ଷରୁ ରହିଛି ସାମାଜିକ ସମ୍ପର୍କ । ବନ୍ଧୁବାନ୍ଧବ ସ୍ଥାପନ ହେଉ ଅବା ବିବାହ କର୍ମ ପାଇଁ ଦୁଇ ଜିଲ୍ଲାର ସୀମାନ୍ତରେ ଥିବା ଗ୍ରାମବାସୀମାନଙ୍କ ମଧ୍ୟରେ ରହିଛି ପୂର୍ବ ପୁରୁଷରୁ ଭାବ ଆଦାନ ପ୍ରଦାନର ସମ୍ପର୍କ । କିନ୍ତୁ ଏହି ସମ୍ପର୍କରେ ବାଧକ ସାଜୁଥିଲା ଭାଲୁଯୋର ନାଲା ଢୁଲୁ ଘାଟି । ରାସ୍ତା ଦେଇ ଜୟପାଟଣା ବ୍ଲକ ଧନସୁଲି ପଞ୍ଚୟତ ସାସ୍ତୁଗୁଡ଼ା ନିକଟରେ ଥିବା ଭାଲୁଜୋର ନାଲା ଗମନାଗମନ ପାଇଁ ବାଧକ ସାଜୁଥିଲା । ଅଞ୍ଚଳବାସୀ ଏହି ଭାଲୁଯୋର ନାଲାରେ ଏକ ପୋଲ ନିର୍ମାଣ ପାଇଁ ଦାବି କରି ଆସୁଥିଲେ, ତାଙ୍କର ଏହି ଦୀର୍ଘ ପ୍ରତିକ୍ଷିତ ଦାବିକୁ ଶୁକ୍ରବାର ସାକାର କରିଛନ୍ତି ସ୍ଥାନୀୟ ବିଧାୟକ ପ୍ରଦିପ ଦିଶାରୀ । ରାଜ୍ୟ ସରକାରଙ୍କ ବିଜୁ କେବିକେ ଅନୁଦାନରୁ ପୋଲ ନିର୍ମାଣ ହୋଇ ବିଧାୟକଙ୍କର କମଳରେ ଉଦଘାଟନ ହୋଇଛି । ଏହି ପୋଲ ନିର୍ମାଣ ଫଳରେ ଦୁଇ ଜିଲ୍ଲା ମଧ୍ୟରେ ସାମାଜିକ ଅର୍ଥନୈତିକ ବ୍ୟବସାୟିକ ସାଂସ୍କୃତିକ ବିକାଶ କ୍ଷେତ୍ରରେ ଆଗାମୀ ଦିନରେ ସୁଦୃଢ ହେବ । ଏହା ସହ ଏହି ପୋଲ ନିର୍ମାଣ ଫଳରେ ୮ ଟି ଗ୍ରାମର ଜନସାଧାରଣ ଜୟପାଟଣା ବ୍ଲକ ମୁଖ୍ୟାଲୟ ସହ ସିଧାସଳଖ ଯୋଡି ହୋଇ ପାରିବେ ପୂର୍ବରୁ ସେମାନଙ୍କୁ ବ୍ଲକକୁ ଯିବାକୁ ହେଲେ ଦୀର୍ଘ କିଲୋମିଟର ବୁଲି ଯିବାକୁ ପଡୁଥିଲା। ଏହା ସହ ଜୟପାଟଣା ଏହି ଅଞ୍ଚଳରୁ ନବରଙ୍ଗପୁରକୁ ୬୦ କିଲୋମିଟରର ଦୁରତା କମିବ ଏହି ପୋଲ ନିର୍ମାଣ ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏହି ପୋଲ ଲୋକାର୍ପଣ ଉତ୍ସବରେ ଜୟପାଟଣା ବିଡ଼ିଓ ଐଶର୍ଯ୍ୟା ସାମନ୍ତରାୟ ଜିତେନ୍ଦ୍ର ନାରାୟଣ ସିଂଦେଓ ଋତୁରାଜ ମାଝୀ ସମେତ ସ୍ଥାନୀୟ ଜନ ପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ।