27.1 C
Bhubaneswar
Thursday, March 28, 2024
Homeଓଡିଶାଚିଙ୍ଗୁଡ଼ିପାଳ ପଞ୍ଚାୟତରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ

ଚିଙ୍ଗୁଡ଼ିପାଳ ପଞ୍ଚାୟତରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ


ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ଚିଙ୍ଗୁଡ଼ିପାଳ ପଞ୍ଚାୟତର ଦେଓଗାଁ, ବାହାଳୀ ସାହି ଏବଂ କୁମୁଦୀ ବାହାଳୀ ପ୍ରଭୁତି ଗ୍ରାମରେ ପାନୀୟ ଜଳ ଘୋର ଅଭାବ ଥିଲା l ଏହି ସମସ୍ୟାକୁ ଦୂର କରିବା ପାଇଁ ସୁକିନ୍ଦା ବିଧାୟକ ଇଂ. ପ୍ରିତିରଞ୍ଜନ ଘଡ଼ାଇ ଏହି ସମସ୍ୟାକୁ ଦୁର କରିଛନ୍ତି l ଚିଙ୍ଗୁଡିପାଳ ପଞ୍ଚାୟତର ଦେଓଗାଁ ବାହାଳି ସାହି ଏବଂ କୁମୁଡି ବାହାଳି ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି । ନିର୍ମାଣ ଶେଷ ହୋଇଥିବା ୫୦ ହଜାର ଲିଟର ବୃହତ୍ତ ପାନୀୟ ଜଳ ପ୍ରକଳ୍ପ ଓ ସୌର ପାନୀୟ ଜଳ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ବିଧାୟକ ଇଂ. ପ୍ରୀତିରଞ୍ଜନ ଘଡ଼ାଇ ନିର୍ଦ୍ଦେଶ ଦେଇଥିଲେ । ବ୍ଲକ ଉପାଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ପ୍ରଶାସନିକ ଅଧିକାରୀଙ୍କ ସାଙ୍ଗରେ ନେଇ ପାନୀୟ ଜଳ ପ୍ରକଳ୍ପ ଦୁଇଟିକୁ କାର୍ଯ୍ୟକ୍ଷମ କରାଇଛନ୍ତି । ଫଳରେ ପ୍ରାୟ ୫୦ ଆଦିବାସୀ ପରିବାରକୁ ବିଶୁଦ୍ଧ ପାଣି ପାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking